Advertisment

କଟକ: ଚଳନ୍ତା ଅଟୋରୁ ମହିଳା କନଷ୍ଟେବଳଙ୍କୁ ଠେଲି ଦେଲେ ଡ୍ରାଇଭର

କଟକ: କଟକ ବାଦାମବାଡିରେ ଆଜି ସନ୍ଧ୍ୟାରେ ଜଣେ ମହିଳା କନଷ୍ଟେବଳଙ୍କୁ ଚଳନ୍ତା ଅଟୋରୁ ଠେଲି ଦିଆଯାଇଥିବା ଅଭିଯୋଗ ହୋଇଛି। ଅଟୋ ଡ୍ରାଇଭର ତାଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଆହତ କନଷ୍ଟେବଳଙ୍କ ନାଁ ନୂତନ ଏକ୍କା। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ବାଦାମବାଡି ଛକରେ ନୂତନ ଡ଼୍ୟୁଟିରେ ଥିଲେ। ଏହି ସମୟରେ ଏକ ଅଟୋ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ  ଟ୍ରାଫିକ ନିୟମ ଭାଙ୍ଗି […]

କଟକ: ଚଳନ୍ତା ଅଟୋରୁ ମହିଳା କନଷ୍ଟେବଳଙ୍କୁ ଠେଲି ଦେଲେ ଡ୍ରାଇଭର

mahila constebal

Advertisment

mahila constebalକଟକ: କଟକ ବାଦାମବାଡିରେ ଆଜି ସନ୍ଧ୍ୟାରେ ଜଣେ ମହିଳା କନଷ୍ଟେବଳଙ୍କୁ ଚଳନ୍ତା ଅଟୋରୁ ଠେଲି ଦିଆଯାଇଥିବା ଅଭିଯୋଗ ହୋଇଛି। ଅଟୋ ଡ୍ରାଇଭର ତାଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଆହତ କନଷ୍ଟେବଳଙ୍କ ନାଁ ନୂତନ ଏକ୍କା। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ବାଦାମବାଡି ଛକରେ ନୂତନ ଡ଼୍ୟୁଟିରେ ଥିଲେ। ଏହି ସମୟରେ ଏକ ଅଟୋ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ  ଟ୍ରାଫିକ ନିୟମ ଭାଙ୍ଗି ଦ୍ରୁତଗତିରେ ପଳାଇ ଯାଉଥିଲା। ଅଟୋଟିକୁ ନୂତନ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଅଟୋଟି ରହି ନ ଥିଲା। ଫଳରେ ନୂତନ ଚଳନ୍ତା ଅଟୋ ଭିତରକୁ ଚଢି ଯାଇଥିଲେ। ତେବେ ଅଟୋ ଡ୍ରାଇଭର ତାଙ୍କୁ ଜୋରରେ ଧକ୍କା ଦେଇଥିଲେ। ଫଳରେ ସେ ଚଳନ୍ତା ଅଟୋରୁ ପଡି ଯାଇଥିଲେ। ପୋଲିସ ସମ୍ପୃକ୍ତ ଅଟୋକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe