Advertisment

ଲୁଟ୍‌ ପାଇଁ ଯୋଜନା କରୁଥିଲେ, ମାଡ଼ି ବସିଲା ପୁଲିସ୍‌

ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ, ଅବଦୁଲ୍‌ କାଦିର, ସେକ୍‌ ନାଦିମ୍‌, ଶ୍ରୀନାଥ ରାଉତ, ହିମାଂଶୁ ଶେଖର ସାହୁ, ସୟଦ ଅବଦୁଲ୍‌ ସୁଫିଆ ଓ ପ୍ରଦୀପ ସାହୁ ଥାଦର ଥାନା ଅଞ୍ଚଳରେ ବସି ଯୋଜନା କରୁଥିଲେ। ଏ ସମ୍ପର୍କରେ ଖବର ପାଇ କମିଶନରେଟ୍‌ ପୁଲିସ୍‌ର ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା।

author-image
Manoranjan Sial
Cuttack

Cuttack

ଲୁଟ୍‌ ପାଇଁ ଯୋଜନା କରୁଥିଲେ ୭ ଦୁର୍ଦ୍ଦାନ୍ତ ଅପରାଧୀ। କୌଣସି ସୂତ୍ରରୁ ଖବର ପାଇଁ ୭ ଜଣଙ୍କୁ ମାଡ଼ି ବସିଲା କଟକ କମିଶନରେଟ୍‌ ପୁଲିସ୍‌। ଗିରଫ ଅଭିଯୁକ୍ତଙ୍କ ନାଁରେ ଏକାଧିକ ମାମଲା ରହିଛି। ପୁଲିସ୍‌ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ଓ ଦୁଇ ଥହର ଗାଡ଼ି ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ରା।

Advertisment

ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ, ଅବଦୁଲ୍‌ କାଦିର, ସେକ୍‌ ନାଦିମ୍‌, ଶ୍ରୀନାଥ ରାଉତ, ହିମାଂଶୁ ଶେଖର ସାହୁ, ସୟଦ ଅବଦୁଲ୍‌ ସୁଫିଆ ଓ ପ୍ରଦୀପ ସାହୁ ଥାଦର ଥାନା ଅଞ୍ଚଳରେ ବସି ଯୋଜନା କରୁଥିଲେ। ଏ ସମ୍ପର୍କରେ ଖବର ପାଇ କମିଶନରେଟ୍‌ ପୁଲିସ୍‌ର ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ପୁଲସ୍‌କୁ ଦେଖି ସେମାନେ ଚମ୍ପଟ ମାରିଥିଲେ। ପୁଲିସ୍‌ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ଗିରଫ ଅଭିଯୁକ୍ତଙ୍କ ଭିତରେ ଥିବା ମହମ୍ମଦ ସକିଲ୍‌ ନାଁରେ କଟକର ବିଭିନ୍ନ ଥାନାରେ ୪୦ରୁ ଅଧିକ ମାମଲା ରହିଛି। କିଛି ଦିନ ତଳେ ତାକୁ କଟକରୁ ତଡ଼ିପାର କରାଯାଇଥିଲା। ଏହା ସତ୍ତ୍ୱେ ସେ କଟକ ଆସି ଡକାୟତି ପାଇଁ ଯୋଜନା କରୁଥିଲା।

ଠିକ୍‌ ସେହିପରି ସେକ୍‌ ନାଦିମ ନାଁରେ ୫ଟି ମାମଲା ରହିଛି। ଗ୍ରାମାଞ୍ଚର କଟକ ଓ ଖୋର୍ଦ୍ଧାର ବିଭିନ୍ନ ଥାନାରେ ଏହି ସବୁ ମାମଲା ରହିଛି। ଶ୍ରୀନିବାସ ରାଉତ ନାଁରେ ଚାଉଳିଗଞ୍ଜ, କିଶନନଗର, ବିରିଡ଼ି, କନ୍ଦରପୁର ଓ ଖାରବେଳନଗର ଥାନା ଅଞ୍ଚଳରେ ୧୨ରୁ ଅଧିକ ମାମଲା ରହିଛି। ହିମାଂଶୁ ସେଖର ସାହୁ ନାଁରେ ସହିଦ୍‌ ନଗର ଓ ଲକ୍ଷ୍ମୀସାଗର ଥାନାରେ ୨ଟି ମାମଲା ରହିଛି। ସେହିପରି ସୟଦ ଅବଦୁଲ୍‌ ସୁଫିଆ ନାଁରେ ୩, ଅବଦୁଲ କାଦିର ନାଁରେ ୧୫ଟି, ପ୍ରଦୀପ ରାଉତ ନାଁରେ ବାରଙ୍ଗ ଥାନାରେ ୪ଟି ମାମଲା ରହିଛି। ପୁଲିସ୍‌ ସେମାନଙ୍କଠାରୁ ୨ଟି ମହିନ୍ଦ୍ରା ଥର ଗାଡ଼ି, ୨ଟି ପିସ୍ତଲ, ଗୋଟିଏ ଟଏଗନ୍‌, ଗୋଟିଏ ବାଇକ୍‌, ୯ଟି ମୋବାଇଲ୍‌ ଫୋନ୍‌ ଓ ଖଣ୍ଡା ଜବତ କରିଛି। ଜବତ ହୋଇଥିବା ଗାଡ଼ିର ମାଲିକ କିଏ? ସେ ସମ୍ପର୍କରେ ଜଣାପଡ଼ି ନାହିଁ। ତାହା ଉପରେ ତଦନ୍ତ ଚାଲିଛି କଟକ ଡିସିପି ପିନାକ ମିଶ୍ରା କହିଛନ୍ତି।

Advertisment
Cuttack