Advertisment

ଡି’ ବ୍ରଦର୍ସଙ୍କ ନାଁରେ ବଟି ମାଗୁଥିଲେ ଟ୍ୟୁସନ୍‌ ସାର୍‌

ଗତ ଜୁନରେ ଉଭୟ କଟକ ଛତ୍ରବଜାରରେ ଜଣେ ଗ୍ରୋସରୀ ଦୋକାନୀଙ୍କୁ ଫୋନ୍‌ କରିଥିଲେ। ବଟି ମାଗିଥିଲେ। ମନା କରିବାକୁ ଧମଚମକ ଦେଇଥିଲେ। ଗ୍ରୋସରୀ ଦୋକାନୀଙ୍କ ପତ୍ନୀ ଏନେଇ ଚାଉଳିଗଞ୍ଜ ଥାନାରେ ଅଭିଯୋଗ କରିଥିଲେ।

Cuttack

Cuttack

Advertisment

କାହାକୁ ଲକ୍ଷେ ତ କାହାକୁ ୫୦ ହଜାର ଟଙ୍କା। ଆଉ କାହାକୁ ଦୁଇ ଲକ୍ଷ ଟଙ୍କା। ଦୁର୍ଦ୍ଦାନ୍ତ ଡି’ ବ୍ରଦର୍ସଙ୍କ ନାଁରେ ଏମିତି ବଟି ମାଗୁଥିଲେ ଟ୍ୟୁସନ୍‌ ସାର୍‌। ଏପରି ଅଭିଯୋଗ ଆସିଛି କଟକ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଟ୍ୟୁସନ୍‌ ସାର ଓ ତାଙ୍କ ସାଥୀଙ୍କୁ ଗିରଫ କରିଛି।

Advertisment

ଢେଙ୍କାନାଳ ସଦର ଥାନାଅଞ୍ଚଳର ଦିଲ୍ଲୀପ ଦାସ ଓରଫ ବାବୁ ପେଶାରେ ଜଣେ ଶିକ୍ଷକ। ଟ୍ୟୁସନ୍‌ କରି ପରିବାର ଭରଣ ପୋଷଣ କରନ୍ତି। ହେଲେ ଅଭାବରେ ଚଳୁଥିବା ଦିଲ୍ଲୀପ ଲୋଭରେ ବଶବର୍ତ୍ତୀ ହୋଇଥିଲେ। ସେଥିପାଇଁ ସେ ଅପରାଧ ଦୁନିଆରେ ପାଦ ଥାପିଥିଲେ। ତାଙ୍କୁ ସହଯୋଗ କରିଥିଲେ ଜଗତସିଂପୁରର କମଳାକାନ୍ତ ବାରିକ ଓରଫ ମଣ୍ଟୁ। ଉଭୟ ମିଶି ଫୋନ୍‌ କରି ବଟୁ ମାଗୁଥିଲେ। ଡନ୍‌ ଧଳ ସାମନ୍ତ ବ୍ରଦର୍ସଙ୍କ ନାଁରେ ଧମକଚମକ ଦେଇ ବଟି ବାଗୁଥିଲେ। ପରେ ନିଜେ ଯାଇ ଟଙ୍କା ଆଦାୟ କରୁଥିଲେ।

ଗତ ଜୁନରେ ଉଭୟ କଟକ ଛତ୍ରବଜାରରେ ଜଣେ ଗ୍ରୋସରୀ ଦୋକାନୀଙ୍କୁ ଫୋନ୍‌ କରିଥିଲେ। ବଟି ମାଗିଥିଲେ। ମନା କରିବାକୁ ଧମଚମକ ଦେଇଥିଲେ। ଗ୍ରୋସରୀ ଦୋକାନୀଙ୍କ ପତ୍ନୀ ଏନେଇ ଚାଉଳିଗଞ୍ଜ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Advertisment

ପୁଲିସ୍‌ ପ୍ରଥମେ ଦୁଇ ଅଭିଯୁକ୍ତଙ୍କ ମୋବାଇଲ୍‌ ନମ୍ୱରକୁ ଟ୍ରାକ୍‌ କରିଥିଲା। ସେହି ସମୟରେ ତାଙ୍କ ଲୋକେସନ୍‌ ମିଳିଥିଲା। ଏହା ପରେ ପୁଲିସ ଉଭୟଙ୍କୁ ଢେଙ୍କାନାଳରୁ ଗିରଫ କରିଥିଲା। ସେମାନଙ୍କଠାରୁ ପୁଲିସ୍‌ ନଗଦ ୯୨ ହଜାର ଟଙ୍କା, ଦୁଇଟି ବାଇକ ଓ ୫ଟି ମୋବାଇଲ ଫୋନ ଜବତ କରିଛି। ଜବତ ଦୁଇ ବାଇକ୍‌ ଭିତରୁ ଗୋଟିଏ ଚୋରା ବାଇକ୍‌ ବୋଲି ସ୍ପଷ୍ଟ କରିଛି ପୁଲିସ୍‌। ଗିରଫ ଦୁଇ ଅଭିଯୁକ୍ତଙ୍କ ନାଁରେ ଢେଙ୍କାନାଳ, ଲକ୍ଷ୍ମୀସାଗର, ଧଉଳି ଓ ଚାଉଳିଆଗଞ୍ଜ ଥାନାରେ ମାମଲା ରହିଛି।

Cuttack Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe