Advertisment

ହତ୍ୟା କରି ଲୁଚିଲେ, କୌପୁନି ପିନ୍ଧି ବୁଲିଲେ

୨୦୨୦ ମସିହା ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପକ ମଲ୍ଲିକ ଗିରଫ। ବିଡ଼ାନାସୀ ଥାନା ପୁଲିସ ତାକୁ ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ସାତମାଇଲି ଅଞ୍ଚଳରୁ ଠାବ କରିଛି।

author-image
Manoj Swain
ଅଦ୍ୟତନ ହୋଇଛି

୨୦୨୦ ମସିହା ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପକ ମଲ୍ଲିକ ଗିରଫ। କଟକ ବିଡ଼ାନାସୀ ଥାନା ପୁଲିସ ତାକୁ ଢେଙ୍କାନାଳରୁ ଠାବ କରିଛି। ଭଣ୍ଡୁର ହୋଇଗଲା ବାବାଙ୍କ ଭାଣ୍ଡାମୀ। ଲମ୍ବା ଦାଢ଼ି ସାଙ୍ଗକୁ ଗେରୁଆ ବସ୍ତ୍ର ଓ କୌପିନୀ ପିନ୍ଧି ଖୁନୀ ସାଜିଥିଲା ସାଧୁବାବା। ଲୋକଙ୍କ ହାତ ଦେଖି ଭବିଷ୍ୟବାଣୀ ଶୁଣାଉଥିଲା। କିନ୍ତୁ ନିଜ ଭବିଷ୍ୟତ ଜାଣି ପାରିଲା ନାହିଁ। ଏ ହେଉଛନ୍ତି ଢେଙ୍କାନାଳ ହିନ୍ଦୋଳରେ ବାବା ବେଶରେ ବୁଲୁଥିବା ଖୁନୀ ଆସାମୀ ଦୀପକ ମଲ୍ଲିକ। 

Advertisment
Murder Cuttack