/odisha-reporter/media/post_attachments/uploads/2015/10/mina-giraf.jpg)
mina giraf
କଟକ: କୁଖ୍ୟାତ ଅପରାଧୀ ମାନା ଓରଫ ମାନସ ଦାସକୁ କଟକ କମିଶନରେଟ ପୋଲିସ୍ ଆଜି ଗିରଫ କରିଛି। ମାନା ଠାରୁ ଦୁଇଟି ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ମାନା ନାଁରେ କଟକ ଓ ଜଗତସିଂପୁରର ବିଭିନ୍ନ ଥାନାର ୧୭ଟି ମାମଲା ରହିଥିବା କଟକ ଡିସିପି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Advertisment
ଗତକାଲି ରାତିରେ ମାନା ନିଜର ଅନ୍ୟ ଏକ ସହଯୋଗୀଙ୍କ ସହ କଟକ କାଳିହାବୁଦା ଅଞ୍ଚଳରେ ଏକତ୍ରିତ ହୋଇଥିବା ଖବର ପାଇ କମିଶନରେଟ ପୋଲିସ ସେଠାରେ ଚଢାଉ କରିଥିଲା। ସହଯୋଗୀ ଜଣଙ୍କ ଫେରାର ହୋଇଯାଇଥିବା ବେଳେ ମାନା ପୋଲିସ ହାତରେ ଧରା ପଡିଥିଲା। ଚଳିତ ବର୍ଷ ପୋଲିସ ୨୪ଟି ବନ୍ଧୁକ ଜବତ କରିବା ସହ ୧୦୧ଟି ଗୁଳି ଜବତ ହୋଇସାରିଲାଣି। ତେବେ ଶାରଦୀୟ ପୂଜାକୁ ଦୃଷ୍ଟିରେ ରଖି ପୋଲିସ ଏପର୍ଯ୍ୟନ୍ତ ୮୫ ଜଣଙ୍କୁ ଆଗୁଆ ଗିରଫ କରି କୋର୍ଟ ଚାଲାଣ କରିଥିବା କଟକ ଡିସିପି ସଞ୍ଜୀବ ଆରୋରା ପ୍ରକାଶ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
