Advertisment

ପ୍ରାଇଭେଟ୍‌ ଭିଡ଼ିଓ ପଠାଅ, ନହେଲେ ସୁନା ଦେବିନି...

ମଧୁପାଟଣା ଥାନା କଲ୍ୟାଣନଗର ଗାଁର ସୁଧାଂଶୁ ବେହେରା ନିଜକୁ ଆୟକର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ମେଟ୍ରିମୋନି ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ କରିଥିଲା। ସେଇଠି ତାଙ୍କ ସହିତ ରାଜଧାନୀ ଭୁବନେଶ୍ୱରର ଜିନା(ଛଦ୍ମନାମ)ଙ୍କ ଦେଖା ହୋଇଥିଲା।

author-image
Manoranjan Sial
Cuttack

Cuttack

ମିଠା ମିଠା କଥା କହି ଯୁବତୀଙ୍କ ମନ କିଣିଲେ। ତା’ପରେ ସୁନା ଅଳଙ୍କାର ନେଇଗଲେ। ତା’ପରେ ଆରମ୍ଭ କଲେ ବ୍ଲାକମେଲିଂ। ପ୍ରାଇଭେଟ୍‌ ଭିଡିଓ କଲ୍‌ କର କିମ୍ବା ପ୍ରାଇଭେଟ୍‌ ଭିଡିଓ ପଠାଅ, ନହେଲେ ସୁନା ଫେରାଇବି ନାହିଁ... ଏପରି ଧମକ ଦେଉଥିଲେ ଧୋକାବାଜ ପ୍ରେମିକ। କଟକରୁ ଆସିଛି ଏପରି ଅଭିଯୋଗ।

Advertisment

ମଧୁପାଟଣା ଥାନା କଲ୍ୟାଣନଗର ଗାଁର ସୁଧାଂଶୁ ବେହେରା ନିଜକୁ ଆୟକର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ମେଟ୍ରିମୋନି ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ କରିଥିଲା। ସେଇଠି ତାଙ୍କ ସହିତ ରାଜଧାନୀ ଭୁବନେଶ୍ୱରର ଜିନା(ଛଦ୍ମନାମ)ଙ୍କ ଦେଖା ହୋଇଥିଲା। ପ୍ରଥମେ ଫୋନରେ କଥାବାର୍ତ୍ତା, ପରେ ସୋଶାଲ ମିଡିଆରେ ଚାଟିଂ ହୋଇଥିଲା। ଧୀରେ ଧୀରେ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଲା। ଆଉ ଉଭୟ ଭାବ ଦିଆନିଆ ହୋଇଥିଲେ। ଭାବ ଦିଆନିଆ ଭିତରେ ବାହାଘର ପର୍ଯ୍ୟନ୍ତ କଥା ଯାଇଥିଲା। ଏହାରି ଭିତରେ ଜିନାଙ୍କର କିଛି ଟଙ୍କା ଦରକାର ପଡ଼ିଥିଲା। ସେଥିପାଇଁ ସେ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ସୁନା ବନ୍ଧକ ରଖି ଋଣ ପାଇଁ ଯୋଜନା କରୁଥିଲେ। ଏକଥା ସୁଧାଂଶୁ ଜାଣିପାରିଥିଲେ। ତା’ପରେ ତାଙ୍କ ନିକଟରେ ସୁନା ରଖି, ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ କିନ୍ତୁ ରାଜି ହୋଇଯାଇଥିଲେ ଜିନା।

ଅଭିଯୋଗ ମୁତାବକ, ଗତ ସେପ୍ଟମ୍ବର ୧୨ ତାରିଖରେ ଜିନାଙ୍କୁ ସୁଧାଂଶୁ ବାରବାଟୀ ଷ୍ଟାଡିୟମ ନିକଟସ୍ଥ ସିବି ୱାନ ଛକକୁ ଡାକିଥିଲେ। ସେଇଠୁ, ତାଙ୍କଠାରୁ ପ୍ରାୟ ୩୦ ଗ୍ରାମ ଓଜନର ସୁନା ଗହଣା ନେଇଥିଲେ ସୁଧାଂଶୁ। ଆଉ ଟଙ୍କା ଆଣି ଆସୁଛି, କହି ଉଭାନ ହୋଇଯାଇଥିଲେ ସୁଧାଂଶୁ। ଦୀର୍ଘ ସମୟ ଧରି ଅପେକ୍ଷା କରି ରୁମ୍‌କୁ ଫେରିଲେ ଜିନା। ଧୋକା ଖାଇବା ପରେ କାହାକୁ କହିପାରୁନଥିଲେ। ତଥାପି ଯୋଗାଯୋଗ କରିବା ପାଇଁ ଉଦ୍ୟମ ଚଳାଇଥିଲେ। ଦୁଇ ଦିନ ପରେ ଆରମ୍ଭ ହୋଇଥିଲା ବ୍ଲାକ୍‌ ମେଲିଂ। ପ୍ରାଇଭେଟ୍‌ ଭିଡିଓ କଲ୍‌ କର କିମ୍ବା ପ୍ରାଇଭେଟ୍‌ ଭିଡିଓ ପଠାଅ। ନହେଲେ

Advertisment

ସୁନା ମିଳିବନି ବୋଲି ସୁଧାଂଶୁ କହୁଥିଲେ। ଏହା ପରେ ଜିନାଙ୍କ ଅକଲ୍‌ ଗୁଡ଼ୁମ୍‌ ହୋଇଯାଇଥିଲା। କିଛି ଉପାୟ ନପାଇ ଏନେଇ କ୍ୟାଣ୍ଟନମେଣ୍ଟ ଥାନାର ଦ୍ୱାରସ୍ଥ ହୋଇଥିଲେ।

ଯୁବତୀଙ୍କ ଅଭିଯୋଗ ଆଧାରରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିଲା। ଶେଷରେ ଅଭିଯୁକ୍ତ ସୁଧାଂଶୁଙ୍କୁ ପୁଲିସ୍‌ ଧରିବାରେ ସଫଳ ସହିତ ସୁନା ଉଦ୍ଧାର କରିଛି।

Cuttack Crime Fraud