Advertisment

କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ଗିରଫ

ସୋମବାର ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ।

Bikash Bhuyan

Bikash Bhuyan

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶଚନ୍ଦ୍ର ଭୂୟାଁଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ତାଙ୍କ ଆୟ ଠାରୁ ୧୮୩% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisment

ଭିଜିଲାନ୍ସ ପକ୍ଷରୁ ସୋମବାର ବିକାଶଚନ୍ଦ୍ର ଭୂୟାଁଙ୍କ ଭୁବନେଶ୍ୱରର ସୌଭାଗ୍ୟ ନଗର ସ୍ଥିତ ବାସଭବନ ସମେତ ମୋଟ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ବିକାଶଙ୍କର ଭୁବନେଶ୍ୱରର ସୌଭାଗ୍ୟ ନଗର ସ୍ଥିତ ଘରଟି ଦୁଇ ମହଲା ବିଶିଷ୍ଟ। ୩୫୭୨ ବର୍ଗଫୁଟରେ ଥିବା ଏହି କୋଠାଟି ବେଶ୍ ସୁସଜ୍ଜିତ। ଭୁବନେଶ୍ୱର ଓ କଟକରୁ ପ୍ରମୁଖ ସ୍ଥାନରେ ତାଙ୍କର ୭ଟି ପ୍ଳଟ ଅଛି।

ବ୍ୟାଙ୍କରେ ବିକାଶଙ୍କର ୧୨ ଲକ୍ଷରୁ ଅଧିକ ଟଙ୍କା ଜମା ଥିବା ବେଳେ ତାଙ୍କ ଘରୁ ୩୮ ଲକ୍ଷ ଟଙ୍କାର ଅଳଙ୍କାର ଜବତ କରାଯାଇଛି। ଏହି ଅଳଙ୍କାର ମଧ୍ୟରେ ହୀରାର ଏକ ହାର ଥିବା ଜଣାପଡ଼ିଛି। କ୍ରିପ୍ଟୋ କରେନ୍ସିରେ ମଧ୍ୟ ସେ ନିବେଶ କରିଛନ୍ତି।

Advertisment

ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି (ଡଷ୍ଟର) ଓ ୩ଟି ଦୁଇ ଚକିଆ ଗାଡ଼ି ରହିଛି। ଏସବୁର ମୂଲ୍ୟ ୧୩ ଲକ୍ଷ ୪୦ ହଜାର ଟଙ୍କା। ତାଙ୍କ ପାଖରୁ ମିଳିଥିବା ନଗଦ ଅର୍ଥ ଓ ଘରର ବିଭିନ୍ନ ଉପକରଣର ଦାମ ମିଶି ୧୧ ଲକ୍ଷ ୭୩ ହଜାର ଟଙ୍କା ହୋଇଛି। ସେହିପରି ସହକାରୀ ଯନ୍ତ୍ରୀ ବିକାଶଚନ୍ଦ୍ର ଭୂୟାଁ ତାଙ୍କ ପୁଅ ଓ ଝିଅଙ୍କୁ ଯଥାକ୍ରମେ ଇଞ୍ଜିନିୟରିଂ ଓ ଡାକ୍ତରୀ ପଢ଼ାଇବା ପାଇଁ ପାଖାପାଖି ୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଏହି ମାମଲାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe