Advertisment

ଖୋଳ କରୁଛନ୍ତି ସାଇବର ଅପରାଧୀ, ଥଳକୂଳ ପାଉନି ପୁଲିସ୍

ଡାଟା ସୁରକ୍ଷାକୁ ପ୍ରାଥମିକ କାର୍ଯ୍ୟ ଭାବେ ନେଇ କ’ଣ କଲେ ସାଇବର ଠକେଇରୁ ବଞ୍ଚି ପାରିବେ ସେ ନେଇ ସାଇବର ଥାନା ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି।

author-image
Biswajit Samal
ଅଦ୍ୟତନ ହୋଇଛି
undefined

cyber crime

ବଢ଼ି ଚାଲିଛି ସାଇବର ଅପରାଧ। ହୁସିଆର ହେଉନାହାନ୍ତି ଜନସାଧାରଣ। ଏଭଳି କ୍ଷେତ୍ରରେ କିଭଳି କରିବେ ନିଜ ଡାଟାର ସୁରକ୍ଷା? କିଭଳି ସାଇବର ଠକେଇରୁ ବଞ୍ଚିବେ? କେଉଁ ଆପ ବ୍ୟବହାର କଲେ ଆପଣଙ୍କ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି। ଡାଟା ସୁରକ୍ଷା ଦିବସରେ କ’ଣ ରହିବ ଆପଣଙ୍କ ପାଇଁ ସୁରକ୍ଷାର ମନ୍ତ୍ର।

Advertisment

ଆଜି ଡାଟା ସୁରକ୍ଷା ଦିବସ। ଇଣ୍ଟରନେଟ ଯୁଗରେ ନିଜର ଧନଜୀବନ ସୁରକ୍ଷା ପାଇଁ ଡାଟା ସୁରକ୍ଷା ପ୍ରଥମ କାମ। ନିକଟରେ ଗୁଗୁଲ୍- ପ୍ଲେ ଷ୍ଟୋରରୁ ଅନେକ ଆପ୍‌କୁ ନିଷିଦ୍ଧ କରାଯାଇଛି। ବ୍ୟବହାରକାରୀଙ୍କ ତଥ୍ୟର ସୁରକ୍ଷା ଏବଂ ଗୋପନୀୟତାକୁ ଦୃଷ୍ଟିରେ ରଖି କେତେକ ଆପ୍ ଗୁଡ଼ିକୁ ହଟାଇ ଦିଆଯାଇଛି। ଏଗୁଡ଼ିକ ଅନେକ ଥାର୍ଡ ପାର୍ଟି ଷ୍ଟୋରରେ ଉପଲବ୍ଧ ହେଉଛି।

ତଥ୍ୟ ଚୋରି କରୁଥିବା ଏହିପରି ବିପଦଜନକ ଆପର ସଂଖ୍ୟା ବଢ଼ିଚାଲିଛି। ଡାଟା ସୁରକ୍ଷାକୁ ପ୍ରାଥମିକ କାର୍ଯ୍ୟ ଭାବେ ନେଇ କ’ଣ କଲେ ସାଇବର ଠକେଇରୁ ବଞ୍ଚି ପାରିବେ ସେ ନେଇ ସାଇବର ଥାନା ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି।

Advertisment

ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି। ବିଭିନ୍ନ ଆଳ ଦେଖାଇ କ୍ରେଡିଟ କାର୍ଡ, ଇନ୍ସୁରାନ୍ସ, ଇଲେକ୍ଟ୍ରି ବିଲ, ଅନଲାଇନ ସପିଂ, ନ୍ୟୁଡ଼ କଲ ଜରିଆରେ କୋଟି କୋଟି ଟଙ୍କାର ଠକେଇ ହେଉଛି। କିଛିଦିନ ତଳେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍, ୨୦୨୩ ଗୃହୀତ ହୋଇଛି। ଯେଉଁଥିରେ ବ୍ୟକ୍ତିଗତ ଡାଟାକୁ ସଂଗୃହିତ କରି ରଖିବା ସହ କେତେକ କ୍ଷେତ୍ରରେ ସ୍ୱତନ୍ତ୍ର ଦାୟିତ୍ୱ ଲାଗୁ କରିବାର ବ୍ୟବସ୍ଥା ରହିଛି।

ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ସାଇବର ଅପରାଧ। ଭୁବନେଶ୍ୱର ସାଇବର ଥାନା ପ୍ରତିଷ୍ଠା ହେବା ପରେ ପ୍ରଥମ ବର୍ଷରେ ୧୦ କୋଟି ଟଙ୍କାର ଯଠକେଇ ମାମଲା ରୁଜୁ ହୋଇଥିଲା। ସେପଟେ ୨୦୨୪ ର ପ୍ରଥମ ମାସ ନ ସରୁଣୁ ୧କୋଟି ଟଙ୍କାର ଠକେଇ ମାମଲା ରୁଜୁ ହେଲାଣି। ଏଣୁ ଏ ଦିଗରେ ଲୋକଙ୍କୁ ସଚେତନ କରିବା ନିତାନ୍ତ ଆବଶ୍ୟକ।

Cyber Crime