Advertisment

ନିଜକୁ ପୁଲିସ, ସିବିଆଇ, NCB ଅଧିକାରୀ କହି ଠକିନେଲେ

ନିଜକୁ CBI , NCB ଓ ବରିଷ୍ଠ ପୁଲିସ ଅଧିକାରୀ ଭାବେ ପରିଚୟ ଦେଇ ଫୋନ କରୁଛନ୍ତି ସାଇବର ଠକ

ଅଦ୍ୟତନ ହୋଇଛି
Cyber fraud

Cyber fraud

Advertisment

ଆଇପିଏସଙ୍କ ନାମରେ ମାତିଛନ୍ତି ସାଇବର ଠକ। କେତେବେଳେ ପୁଲିସର ଭୟ ତ ଆଉ କେତେବେଳେ ସିବିଆଇ ନାଁରେ ବ୍ଲାକମେଲ। NCB ଅଫିସରର ପରିଚୟ ଦେଇ ମାଗୁଛନ୍ତି ଲକ୍ଷାଧିକ ଟଙ୍କା। ନିଆରା ଅନ୍ଦାଜରେ ଅପରେଟ କରୁଛନ୍ତି ସାଇବର ଠକ। ଆପଣ ବି ହୋଇପାରନ୍ତି ଏଭଳି ଠକଙ୍କ ଫୋନ କଲର ଶୀକାର। ଆପଣଙ୍କ ନମ୍ବରକୁ ମଧ୍ୟ ଆସିପାରେ ଏଭଳି ଫୋନ। ନିଜକୁ CBI , NCB ଓ ବରିଷ୍ଠ ପୁଲିସ ଅଧିକାରୀ ଭାବେ ପରିଚୟ ଦେଇ ଫୋନ କରୁଛନ୍ତି ସାଇବର ଠକ। କେତେବେଳେ ଅନଲାଇନ ପାର୍ଷଲରେ ନିଶା ଚାଲାଣର ଭୟ ତ ଆଉ କେବେ ନିଜକୁ ସିନିୟର ଆଇପିଏସ କହି ସାଧାରଣ ଲୋକଙ୍କୁ କରୁଛନ୍ତି ବ୍ଲାକମେଲ।

Advertisment

ଆପଣଙ୍କ ପୁଅ ଝିଅ କୌଣସି ପୋଲିସ କେସରେ ଧରା ହୋଇଥିବା ନେଇ ଦେଖାଉଛନ୍ତି ଭୟ। କେହି କେହି ଭୟଭୀତ ହୋଇ ଟଙ୍କା ମଧ୍ୟ ଦେଇ ଦେଉଛନ୍ତି। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଲୋକେ। ପୁଲିସ ମଧ୍ୟ ଲୋକଙ୍କୁ ସଚେତନ କରିଛି।

ଆଉ ଏକ ନୂଆ ଧରଣର ସାଇବର ଠକେଇ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ। ଏକ ଅନଲାଇନ ସପିଂ ସାଇଟରେ ତାଙ୍କର ଆକାଉଣ୍ଟ ଅଛି। କିନ୍ତୁ ତାଙ୍କ ଆକାଉଣ୍ଟର ବ୍ୟବହାର କରି କେହି ଜଣେ ୩୦ ହଜାର ଟଙ୍କାର ସପିଂ କରିଛନ୍ତି। ଯେଉଁ ଟଙ୍କାକୁ କିସ୍ତି ଆକାରରେ ଦେବାକୁ ଏବେ ବାଧ୍ୟ କରାଯାଉଛି। ସେପଟେ ପଞ୍ଜାବର ଜଣେ ଯୁବକ ଯାଜପୁର ଜିଲ୍ଲାରେ କାମ କରୁଥିବା ବେଳେ ତାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି। ଅନଲାଇନ ଗେମ ଖେଳୁଥିବା ବେଳେ ସାଇବର ଠକେଇର ଶିକାର ହୋଇଥିବା ସେ କହିଛନ୍ତି।

Advertisment

ଭୁବନେଶ୍ୱର, ଡିସିପି, ପ୍ରତୀକ ସିଂ କହିଛନ୍ତି, ର୍ସବୁ ସମୟରେ ସବୁକିଛି ଯାଞ୍ଚ କରି ବ୍ୟବହାର କରିବା ପାଇଁ ପୁଲିସ ପରାମର୍ଶ ଦେଇଛି। ନୂଆ ଧରଣର ସାଇବର ଠକେଇ ନେଇ ଲୋକଙ୍କୁ ସଚେତନ କରାଯାଉଛି।

ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁଙ୍କ, କହିବା ଅନୁସାରେ ଏବେ ପାକିସ୍ଥାନୀ ନମ୍ବରରୁ କଲ ଆସୁଛି। ଯାହାକି +୯୨ ନମ୍ୱର୍ ବିଶିଷ୍ଟ। ଏହି ନମ୍ବରରେ କଲ ଆସିଲେ ତାହାକୁ ରିଶିଭ ନ କରିବା ପାଇଁ ପରାମର୍ଶ।

Cyber Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe