ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନାଁ ନେଇ କେହି ଠକେଇ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ନିଜେ ଉଷା ପାଢ଼ୀ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରରେ ଏକ ପୋଷ୍ଟ କରିଛନ୍ତି।
କେହି ଜଣେ ଦୁର୍ବୃତ୍ତ ଏକ ହ୍ୱାଟ୍ସଆପ୍ ନମ୍ବରରେ ଉଷା ପାଢ଼ୀଙ୍କ ଫଟୋ ଲଗାଇ ତାଙ୍କର କିଛି ଜଣାଶୁଣା ଲୋକଙ୍କୁ ଟଙ୍କା ମାଗୁଛି। ଉଷା ପାଢ଼ୀଙ୍କ ନଜରକୁ ଏ କଥା ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ସାରିଛନ୍ତି। ସତର୍କ ରହିବାକୁ ଓ ଏଭଳି ସାଇବର ଠକଙ୍କ ଜାଲରେ ନ ଫସିବାକୁ ସେ ଅନୁରୋଧ କରିଛନ୍ତି।
ଉଷା ପାଢ଼ୀ ତାଙ୍କ ‘ଏକ୍ସ’ରେ ଏକ ହ୍ୱାଟ୍ସଆପ୍ ଚାଟ୍ର ସ୍କ୍ରିନ୍ ଶଟ୍ ମଧ୍ୟ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ କେହି ଦୁର୍ବୃତ୍ତ ତାଙ୍କ ନାଁ ନେଇ ଜଣଙ୍କୁ ୫୦ ହଜାର ଟଙ୍କା ମାଗିଛି। ଏଥିପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପଠାଇଛି। ଏମିତିକି ପରେ ସେ ସେହି ଟଙ୍କା ଫେରାଇ ଦେବ ବୋଲି କହିଛି।
It has been brought to my attention that some imposter is sending messages to many known contacts and asking money. I have already taken steps to report to concerned authorities. May please be cautious and don’t get in to the trap such cyber fraudsters. @DGPOdisha pic.twitter.com/ED5Up42v6c
— Usha Padhee (@ushapadhee1996) July 20, 2024
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।