Advertisment

କାର୍‌ ଡିଲରସିପ୍‌ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ନେଇଗଲେ

କଟକ ସିଡିଏ ସେକ୍ଟର ୯ ଅଞ୍ଚଳର ଜଣେ ବ୍ୟବସାୟୀ ‘କିଆ’ କମ୍ପାନୀର କାର ଡିଲରସିପ୍ ସମ୍ବଲପୁର କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଗୁଗଲ୍‌ରେ ସର୍ଚ୍ଚକରି ଗୋଟିଏ ଟେଲିଫୋନ୍‌ ନମ୍ୱର ପାଇଥିଲେ।

undefined

Cyber Fraud

Advertisment

କାର୍‌ ଡିଲରସିପ୍‌ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ନେଇଗଲେ। ଆଉ ୧୭ ଲକ୍ଷ ଟଙ୍କା ମାଗିବାରୁ ସନ୍ଦେହ ବଢ଼ିଥିଲା। ଠକାମୀରେ ଶିକାର ହୋଇଥିବା ଜାଣି ସାଇବର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। କଟକ ସାଇବର ଥାନା ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଛନ୍ତି। ହେଲେ ଏ ପର୍ଯ୍ୟନ୍ତ ସାଇବର ଠକର ଠକଣା ପାଇନି ପୁଲିସ୍‌।

Advertisment

ପୁଲିସର ସୂଚନା ଅନୁସାରେ କଟକ ସିଡିଏ ସେକ୍ଟର ୯ ଅଞ୍ଚଳର ଜଣେ ବ୍ୟବସାୟୀ ‘କିଆ’ କମ୍ପାନୀର କାର ଡିଲରସିପ୍ ସମ୍ବଲପୁର କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଗୁଗଲ୍‌ରେ ସର୍ଚ୍ଚକରି ଗୋଟିଏ ଟେଲିଫୋନ୍‌ ନମ୍ୱର ପାଇଥିଲେ। ସେହି ଫୋନ୍‌ ନମ୍ୱରଟି ‘କିଆ’ କମ୍ପାନୀର ବୋଲି ଭାବେ କଲ୍‌ କରିଥିଲେ। ଆଉ ଫୋନ ଉଠାଇଥିବା ବ୍ୟକ୍ତି ଜଣକ ନିଜକୁ ‘କିଆ’ର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ତା’ପରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା।

କଥାବାର୍ତ୍ତା ପରେ ଡିଲରସିପ୍ ଖୋଲିବା ପାଇଁ ସିକ୍ୟୁରିଟି ଟଙ୍କା ବାବଦରେ ଦୁଇଟି ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ଜମା କରିବାକୁ ସମ୍ପୃକ୍ତ କହିଥିଲେ। ଯାହାଫଳରେ ବ୍ୟବସାୟୀ ଜଣକ ନଭେମ୍ବର ୨୯ ତାରିଖରେ ୨୫ ଲକ୍ଷ ଓ ଡିସେମ୍ବର ୧୦ ତାରିଖରେ ୧୫ ଲକ୍ଷ ଟଙ୍କା ଦୁଇଟି ବ୍ୟାଙ୍କ ଯଥା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଓ ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କରେ ଥିବା ଦୁଇଟି ଆକାଉଣ୍ଟରେ ଜମା କରିଥିଲେ।

Advertisment

ପରବର୍ତ୍ତୀ ସମୟରେ ଅର୍ଥାତ ଗତ ୧୬ ତାରିଖରେ ବ୍ୟବସାୟୀଙ୍କ ପାଖକୁ ଆଉ ଥରେ ଫୋନ୍‌ କଲ ଆସିଥିଲା। ନିଜକୁ ‘କିଆ’ କମ୍ପାନୀର ଅଧିକାରୀ ବୋଲି ପରିଚୟ ଦେଇଥିବା ‍ବ୍ୟକ୍ତି ଜଣକ ଆହୁରି ୧୭ ଲକ୍ଷ ଟଙ୍କା ମାଗିଥିଲା। ସେହି ଟଙ୍କା ଆଉ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ କହିଥିଲେ। ଏଥିରୁ ବ୍ୟବସାୟୀଙ୍କର ସନ୍ଦେହ ବଢ଼ିଥିଲା। ତେଣୁ ସେ ଉକ୍ତ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ। ଆକାଉଣ୍ଟଟି ଜଣେ ବ୍ୟକ୍ତିଙ୍କ ନାଁରେ ଥିବା ଜଣିବାକୁ ପାଇଥିଲେ। ଏହାପରେ ବ୍ୟବସ୍ୟାୟୀ ଜଣକ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ତା’ପରେ ସେ ସାଇବର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କଥାବାର୍ତ୍ତା ହେଉଥିବା ମୋବାଇଲ ନମ୍ବରଟି ଗୁଜୁରାଟର ବୋଲି ଜଣାପଡିଛି।

Cuttack Cyber Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe