Advertisment

କାଳ ହେଲା କ୍ରିପ୍ଟୋ କରେନ୍ସି ଲୋଭ; ଦୁଇ ଯୁବ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୪୩ ଲକ୍ଷ ଉଭାନ

ଜଣେ ଯୁବ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୨୦ ଲକ୍ଷ ଅନ୍ୟ ଜଣଙ୍କ ଆକାଉଣ୍ଟରୁ ୨୩ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏକ ନକଲି ୱେବସାଇଟରେ ଟଙ୍କା ଲଗାଇ ଏମାନେ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି।

Crypto Currency

Crypto Currency

Advertisment

ସାଇବର ଲୁଟେରାଙ୍କ ମାୟା ଜାଲରେ କଟକର ଦୁଇ ଯୁବ ଇଞ୍ଜିନିୟର। କ୍ରିପ୍ଟୋ କରେନ୍ସି ଲୋଭ ଯୋଗୁ ଖାଲି ହୋଇଗଲା ଆକାଉଣ୍ଟ। ଉଭୟଙ୍କ ଆକାଉଣ୍ଟରୁ ପୋଛି ହୋଇଗଲା ୪୩ ଲକ୍ଷ ଟଙ୍କା। ସେମାନଙ୍କ ଘର କଟକର ସିଡିଏ ଓ ପୁରୀଘାଟ ଅଞ୍ଚଳର ବୋଲି ଜଣାଯାଇଛି।

Advertisment

ଜଣେ ଯୁବ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୨୦ ଲକ୍ଷ ଅନ୍ୟ ଜଣଙ୍କ ଆକାଉଣ୍ଟରୁ ୨୩ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏକ ନକଲି ୱେବସାଇଟରେ ଟଙ୍କା ଲଗାଇ ଏମାନେ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ଏ ନେଇ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ଉଭୟ ଯୁବକ।

ଉଭୟ ଯୁବକଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମେ ସେମାନଙ୍କ ଫୋନ୍‌କୁ ହ୍ୱାଟସ୍‌ ଆପ୍‌ ମେସେଜ ଆସିଥିଲା । ଏହାକୁ କ୍ଲିକ୍‌ କରିବା ପରେ ସେମାନଙ୍କୁ ଏକ ଗ୍ରୁପରେ ଆଡ କରି ଭିନ୍ନ ଭିନ୍ନ ଟାସ୍କ ଦିଆଯାଉଥିଲା। ଟାସ୍କ ପୂରଣ କଲେ ସଙ୍ଗେ ସଙ୍ଗେ ଟଙ୍କା ମିଳି ଯାଉଥିଲା। ଘରେ ବସି ଆକାଉଣ୍ଟକୁ ଟଙ୍କା ଆସି ଯାଉଥିବାରୁ ଉକ୍ତ ଦୁଇ ଯୁବ ଇଞ୍ଜିନିୟର ଏହି ମାୟା ଜାଲରେ ଧୀରେ ଧରେ ଫସିବାକୁ ଲାଗିଲେ।

Advertisment

ଏହାପରେ ସାଇବର ଠକ ସେମାନଙ୍କୁ କ୍ରିପ୍ଟୋ କରେନ୍ସି ଖେଳିବାକୁ ଉସକାଉଥିଲେ। ଲୋଭର ବଶବର୍ତ୍ତୀ ହୋଇ ସେମାନେ ଗୋଟିଏ ପରେ ଗୋଟିଏ ଟାସ୍କ ଖେଳି ଚାଲିଲେ। ପ୍ରତି ଟାସ୍କ ପିଛା ୩୦% ଟଙ୍କା ମିଳିବ ବୋଲି ମିଳୁଥିଲା ଅଫର। ସେଥିପାଇଁ ପ୍ରଥମେ ଟଙ୍କା ଡିପୋଜିଟ କରୁଥିଲେ ଉଭୟ ଯୁବକ। ଏମିତି କରି ଉଭୟଙ୍କଠାରୁ ସାଇବର ଲୁଟେରା ୪୩ ଲକ୍ଷ ଟଙ୍କା ଠକି ନେଇଥିବା କୁହାଯାଉଛି। ଏନେଇ ଉଭୟ ଯୁବକ ସାଇବର ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ସାଇବର ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସାଇବର ଠକଙ୍କ କବଳରୁ ବର୍ତ୍ତିବାକୁ ସବୁବେଳେ ପୁଲିସ୍‌ ଲୋକଙ୍କୁ ସଚେତନ କରଉଛି। ଅଜଣା ଲିଙ୍କ୍‌ କ୍ଲିକ୍‌ ନ କରିବା ସହ ଅଜଣା ଲୋକଙ୍କ ସହ ଓଟିପି ଶେଆର ନ କରିବାକୁ ସଚେତନ କରାଯାଉଛି। ଏହାସତ୍ତ୍ୱେ ସାଇବର ଠକଙ୍କ ଜାଲରେ ପଡ଼ି ସର୍ବସ୍ୱ ହରାଉଛନ୍ତି ଲୋକେ। ମୁଖ୍ୟତଃ ସାଇବର ଠକଙ୍କ କବଳରେ ମୁର୍ଖ ଲୋକଙ୍କଠୁ ଅଧିକ ଶିକ୍ଷିତ ଲୋକ ପଡ଼ୁଥିବା ଜଣାଯାଇଛି।

Police Cyber Fraud Cyber Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe