ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ, ଟଙ୍କା ମାଗୁଛନ୍ତି ସାଇବର ଠକ

ଏଥର ସାଇବର ଲୁଟେରା ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଇନଷ୍ଟାଗ୍ରାମରେ ଖୋଲିଛନ୍ତି ଫେକ୍ ଆକାଉଣ୍ଟ ।

ଜେଲ୍ ଏଡିଜି ଅମିତାଭ ଠାକୁର ।

  • Published: Tuesday, 03 September 2024
  • , Updated: 03 September 2024, 10:50 AM IST

ମାତିଲେଣି ସାଇବର ଠକ । ଚାରିଆଡ଼େ କାୟା ବିସ୍ତାର କରୁଛନ୍ତି । କେତେବେଳେ ସାଧାରଣ ଲୋକଙ୍କୁ ତ କେତେବେଳେ ଆଇପିଏସ୍‌ ଅଫିସରଙ୍କୁ କରୁଛନ୍ତି ମୋହରା। ବରିଷ୍ଠ ଆଇପିଏସ୍‌ ଅଫିସରଙ୍କ ଫଟୋ ଲଗାଇ ଲୋକଙ୍କୁ ମାଗୁଛନ୍ତି ଠକ ।

ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏଥର ସାଇବର ଲୁଟେରା ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ ଇନଷ୍ଟାଗ୍ରାମରେ ଖୋଲିଛନ୍ତି ଫେକ୍ ଆକାଉଣ୍ଟ ।

ସାଇବର ଲୁଟେରାମାନେ ଅତି ସତର୍କତାର ସହ ଫେକ୍‌ ଆକାଉଣ୍ଟ କରି ସେଥିରେ ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ଫଟୋ ଲଗାଇଛନ୍ତି। ଏହାପରେ ଲୋକଙ୍କ ନିକଟକୁ ମେସେଜ ପଠାଇ ଟଙ୍କା ମାଗୁଛନ୍ତି।

ଏନେଇ କିଛି ଲୋକଙ୍କର ସନ୍ଦେହ ହେବାରୁ ସେମାନେ ଏ ସମ୍ପର୍କରେ ଜେଲ୍ ଏଡିଜି ଅମିତାଭ ଠାକୁରଙ୍କୁ ଅବଗତ କରିଥିଲେ। ଏହାପରେ ତତ୍‌କ୍ଷଣାତ ଅମିତାଭ ଠାକୁର ସାଇବର ସେଲ୍‌ ୟୁନିଟ୍‌ରେ ଅଭିଯୋଗ କରିଛନ୍ତି। ଏଥିସହ ସେ ଭୁବନେଶ୍ୱର ଡିସିପି ଓ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଛନ୍ତି  । କୌଣସି ମେସେଜ ପାଇଲେ ମଧ୍ୟ ଆର୍ଥିକ କାରବାର ନ କରିବାକୁ ଲୋକଙ୍କୁ ଅବଗତ କରିଛନ୍ତି।

 ଏ ନେଇ ଅମିତାଭ ଠାକୁର ଭୁବନେଶ୍ୱର ଡିସିପି ଓ କ୍ରାଇମବ୍ରାଞ୍ଚକୁ ମଧ୍ୟ ସୂଚିତ କରିଛନ୍ତି। ଇନଷ୍ଟାଗ୍ରାମକୁ ମଧ୍ୟ ସେ ରିପୋର୍ଟ କରିଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ଫେକ୍ ଆକାଉଣ୍ଟରେ କୌଣସି ଆର୍ଥିକ କାରବାର ନ କରି ତୁରନ୍ତ ରିପୋର୍ଟ କରିବାକୁ କହିଛନ୍ତି ଏଡିଜି ଅମିତାଭ ଠାକରୁ।

Related story