Advertisment

ଠକେଇର ନୂଆ ଫଣ୍ଡା; ଭଡ଼ାରେ ଲାଗୁଛି ବ୍ୟାଙ୍କ ଆକାଉଣ୍ଟ

ଟାର୍ଗେଟରେ ଥିଲେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ର ବେକାର ଯୁବକ ଯୁବତୀ। ଅନ୍ୟର ବ୍ୟାଙ୍କ ଆକାଉଣ୍ଟକୁ ୨ରୁ ୩ ହଜାର ଟଙ୍କାରେ ଭଡ଼ାରେ ଆଣି ସେହି ଆକାଉଣ୍ଟରେ କରୁଥିଲେ କାରବାର।

Cyber Police

Crime

Advertisment

ଠକେଇର ନୂଆ ଫଣ୍ଡା। ଅନ୍ୟର ବ୍ୟାଙ୍କ ଆକାଉଣ୍ଟ ଭଡ଼ାରେ ନେଇ ସେହି ଆକାଉଣ୍ଟ ମାଧ୍ୟମରେ ଠକେଇ ଟଙ୍କା ଆଦାୟ କରାଯାଉଛି। ଚାକିରିର ଲୋଭ ଦେଖାଇ ଏପରି ଭାବେ ଦେଢ଼ କୋଟି ଟଙ୍କା ଠକି ନେଇଯାଇଛନ୍ତି ୩ ଅଭିଯୁକ୍ତ। ସେମାନେ ହେଲେ ରାଜେଶ ସାମନ୍ତରାୟ, ରାଜ ସିହ୍ନା ଓ ସନ୍ଦୀପ। ରାଜେଶ ଓଡିଶାର ହୋଇଥିବା ବେଳେ ବାକି ଦୁଇ ଜଣ ଦିଲ୍ଲୀର।

Advertisment

ନାଲକୋ, ଜିନ୍ଦଲ, ବେଦାନ୍ତ ପରି କମ୍ପାନୀରେ ଚାକିରି ଦେବାର ଲୋଭ ଦେଖାଇ ଜଣ ପିଛା ୪୦ ହଜାର ଟଙ୍କା ଲେଖାଏଁ ନେଉଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ଅନଲାଇନରେ ଇଣ୍ଟରଭ୍ୟୁ ମଧ୍ୟ ନେଉଥିଲେ। ଟାର୍ଗେଟରେ ଥିଲେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ର ବେକାର ଯୁବକ ଯୁବତୀ। ଅନ୍ୟର ବ୍ୟାଙ୍କ ଆକାଉଣ୍ଟକୁ ୨ରୁ ୩ ହଜାର ଟଙ୍କାରେ ଭଡ଼ାରେ ଆଣି ସେହି ଆକାଉଣ୍ଟରେ କରୁଥିଲେ କାରବାର। ପ୍ରି ଆକ୍ଟିଭେଟେଟ୍‌ ସିମ୍ ଜରିଆରେ ସେମାନେ ଜାଲି କାମ ସବୁ କରୁଥିଲେ।

Bhubaneswar News Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe