Advertisment

ପୂର୍ବତନ ବାୟୁସେନା ଅଧିକାରୀଙ୍କୁ ଚୂନ ଲଗାଇଦେଲେ ଡାଟା ସାଇନ୍ସ ଗ୍ରାଜୁଏଟ୍‌

ଅନ୍‌ଲାଇନ୍‌ ଗେମ୍‌ ଖେଳି ବହୁ ଟଙ୍କା ହରାଇଥିବା କିଶୋର କହିଥିଲେ। ହରାଇଥିବା ଟଙ୍କା ଫେରିବାରେ ସାହାଯ୍ୟ କରିବେ ବୋଲି କଥା ଦେଇଥିଲେ ସନ୍ତୋଷ। ପରେ ତାଙ୍କ ମୋବାଇଲ୍‌ ନେଇଥିଲେ। ସେଥିରେ ଥିବା ସବୁ ବ୍ୟାଙ୍କ ଓ ଅନ୍ୟାନ୍ୟ ତଥ୍ୟକୁ ହାସଲ କରିଥିଲେ ସନ୍ତୋଷ।

Cyber Fraud

Cyber Fraud

Advertisment

ବନ୍ଧୁତାର ଦ୍ୱାହି ଦେଇ ଠକିଦେଲେ ବନ୍ଧୁ। ପୂର୍ବତନ ବାୟୁସେନା ଅଧିକାରୀଙ୍କୁ ଚୂନ ଲଗାଇଦେଲେ ଡାଟା ସାଇନ୍ସ ଗ୍ରାଜୁଏଟ୍‌। ପ୍ରଥମେ ମିଠା ମିଠା କଥା କହିଲେ। ପରେ ମୋବାଇଲ୍‌ରୁ ବ୍ୟାଙ୍କ ଡିଟେଲନ୍ସ ନେଲେ। ତା’ପରେ ବ୍ୟାଙ୍କ ଆକାଉଣ୍ଟକୁ ଖୋଳ କରିଦେଲେ। ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏପରି ଅଭିଯୋଗ। ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ପୂର୍ବତନ ବାୟୁସେନା ଅଧିକାରୀ ହେଉଛନ୍ତି କିଶୋର ଗନ୍ତାୟତ। ସେ ଅନ୍‌ଲାଇନ୍‌ ଗେମ୍‌ ଖେଳିଲା ବେଳେ କିଛି ଟଙ୍କା ହରାଇଥିଲେ। ଯାହାକୁ ନେଇ ଚିନ୍ତିତ ଥିଲେ। ଜୁଲାଇ ୨୩ ତାରିଖରେ ସେ କୌଣସି କାମରେ ଏମ୍‌ସ ଯାଇଥିଲେ। ସେଠାରେ ତାଙ୍କ ସହ ସନ୍ତୋଷ ସାହୁଙ୍କର ଦେଖା ହୋଇଥିଲା। ସନ୍ତୋଷ ହେଉଛନ୍ତି ଡାଟା ସାଇନ୍ସରେ ଗ୍ରାଜୁଏଟ୍‌। ଅଳ୍ପ ସମୟର କଥାବାର୍ତ୍ତା ଭିତରେ ସେ କିଶୋରଙ୍କ ମନ କିଣି ନେଇଥିଲେ। ଆଉ ଏହା ପରେ କିଶୋର ନିଜ ମନର କଥା ସନ୍ତୋଷଙ୍କୁ କହିଥିଲେ।

ଅନ୍‌ଲାଇନ୍‌ ଗେମ୍‌ ଖେଳି ବହୁ ଟଙ୍କା ହରାଇଥିବା କିଶୋର କହିଥିଲେ। ହରାଇଥିବା ଟଙ୍କା ଫେରିବାରେ ସାହାଯ୍ୟ କରିବେ ବୋଲି କଥା ଦେଇଥିଲେ ସନ୍ତୋଷ। ପରେ ତାଙ୍କ ମୋବାଇଲ୍‌ ନେଇଥିଲେ। ସେଥିରେ ଥିବା ସବୁ ବ୍ୟାଙ୍କ ଓ ଅନ୍ୟାନ୍ୟ ତଥ୍ୟକୁ ହାସଲ କରିଥିଲେ ସନ୍ତୋଷ। କିଶୋର ମନ ଜିଣିବା ପାଇଁ କିଛି ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟରୁ ସନ୍ତୋଷଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ଯାହାଫଳରେ ସନ୍ତୋଷଙ୍କ ପ୍ରତି କିଶୋରଙ୍କର ବିଶ୍ୱାସ ବଢ଼ିଥିଲା। ଏହାର ସୁଯୋଗ ନେଇ ସନ୍ତୋଷର ମାୟା ଜାଲ ବିଛାଇବାରେ ଲାଗିଲା।

Advertisment

ପରବର୍ତ୍ତୀ ସମୟରେ କାଇଦା କରି କିଶୋର ଗନ୍ତାୟତଙ୍କ ଆକାଉଣ୍ଟରୁ ୩୫ ଟଙ୍କା ଠକି ନେଇଥିଲେ ମହାଠକ ସନ୍ତୋଷ ସାହୁ। ଠକିଥିବା ଟଙ୍କା ସିଧାସଳଖ ନିଜ ଆକାଉଣ୍ଟକୁ ନେଇନଥିଲେ। କିଶୋର ଗନ୍ତାୟତଙ୍କ ଆକାଉଣ୍ଟରୁ ବାଙ୍ଗାଲୁରୁ ଓ ଆସାମରେ ଥିବା ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ। ତା’ପରେ ସେହି ଟଙ୍କା ସନ୍ତୋଷ ସାହୁ ନିଜ ନାଁରେ ଥିବା ଆକାଉଣ୍ଟକୁ ଆଣିଥିଲେ।

ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହେଉଥିବା ନେଇ ଗତ ୧୯ ତାରିଖରେ ପୂର୍ବତନ ବାୟୁସେନା ଅଧିକାରୀ କିଶୋର ଗନ୍ତାୟତ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ କିଶୋର ଗନ୍ତାୟତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖୋଳତାଡ କରିଥିଲା ପୁଲିସ୍‌। ସେହି ସମୟରେ ପୂରା ତଥ୍ୟ ସାମ୍ନାକୁ ଆସିଥିଲା।

ପୂର୍ବତନ ବାୟୁସେନା ଅଧିକାରୀ କିଶୋର ଗନ୍ତାୟତଙ୍କ ଆକାଉଣ୍ଟରୁ ଗାଏବ ହୋଇଥିବା ଟଙ୍କା ସନ୍ତୋଷ ସାହୁଙ୍କ ଆକାଉଣ୍ଟକୁ ଯାଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ତା’ପରେ ପୁଲିସ୍‌ ସନ୍ତୋଷଙ୍କୁ ଜେରା କରିଥିଲା। ଆଉ ଘନଘନ ଜେରା ବେଳେ ସବୁ କଥା ସ୍ୱୀକାର କରିଥିଲେ। ଏହା ପରେ ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତଠାରୁ ପୁଲିସ୍‌ ୬ ଲକ୍ଷ ଟଙ୍କା, ଦୁଇଟି ଚେକ୍‌ ବୁକ, ଗୋଟିଏ ପାସବୁକ, ୩ଟି ମୋବାଇଲ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ୍‌-୫ ଏସିପି ଗୌତମ କିସାନ୍‌।

ସେ ଆହୁରି କହିଛନ୍ତି, ବାଙ୍ଗାଲୁରୁ ଓ ଆସାମରେ ଥିବା ଆକାଉଣ୍ଟ କାହାର ଜଣାପଡ଼ି ନାହିଁ। ସେ ଦିଗରେ ତଦନ୍ତ ଚାଲିଛି। ଏହାଛଡ଼ା ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଅପରାଧୀକ କେର୍ଡର ଯାଞ୍ଚ ଚାଲିଛି। ତାଙ୍କ ଫଟୋ ଅନ୍ୟ ଥାନାକୁ ପଠାଯାଇଛି। ଯଦି ତାଙ୍କର କୌଣସି ଅପରାଧୀକ ରେକର୍ଡ ଥିବା, ତାହାହେଲେ ଖୁବ୍‌ ଶୀଘ୍ର ଜଣାପଡ଼ିବ ବୋଲି ଶ୍ରୀ କିସାନ୍‌ କହିଛନ୍ତି।

Cyber Fraud Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe