Advertisment

ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ସବ୍‌ସ୍କ୍ରାଇବର ବଢ଼ାଇବାକୁ ସାର୍‌ କରିଥିଲେ ପ୍ରଶ୍ନପତ୍ର ଭାଇରାଲ୍‌

ଠିକ୍‌ ସେହି ସମୟରେ ଆରମ୍ଭ ହେବାକୁ ଥିଲା ପିଲା ପିଲାଙ୍କ ପରୀକ୍ଷା। ତେଣୁ ଓଡ଼ିଶା ସ୍କୁଲ ଏଡୁକେଶନ୍‌ ପ୍ରୋଗ୍ରାମ ଅଥରିଟି(ଓସେପା) ପକ୍ଷରୁ ଜଗନ୍ନାଥ କରଙ୍କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପ୍ରଶ୍ନପତ୍ର ଦିଆଯାଇଥିଲା।

Teacher

Teacher

Advertisment

ନିଜ ପତ୍ନୀଙ୍କ ନାଁରେ ସାର୍‌ ଖୋଲିଥିଲେ ୟୁଟ୍ୟୁବ୍‌ ଚ୍ୟାନେଲ୍‌। ହେଲେ ସବ୍‌ସ୍କ୍ରାଇବର ସଂଖ୍ୟା ବଢ଼ାଇ ପାରୁନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ିଗଲେ ସାର୍‌। ଶେଷରେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ପ୍ରଶ୍ନପତ୍ର ଭାଇରାଲ୍‌ କରିଦେଇଥିଲେ। ଆଜି ସେହି ମାମଲାରେ ବନ୍ଧା ହେଲେ ସାର୍‌। ଯାଜପୁର ଜିଲ୍ଲାରୁ ଆସିଛି ଏପରି ଖବର। ଭୁବନେଶ୍ୱର ସାଇବର ଥାନା ପୁଲିସ୍‌ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଯାଜପୁର ଟାଉନ୍‌ରେ ରହିଛି ଗୋପୀନାଥ ଜୀଉ ନୋଡାଲ୍‌ ଉପ୍ରା ବିଦ୍ୟାଳୟ। ସେହି ବିଦ୍ୟାଳୟରେ ଶିକ୍ଷକ ଭାବେ ଚାକିରି କରନ୍ତି ଜଗନ୍ନାଥ କର। ପସାରେ ସେ ଜଣେ ଶିକ୍ଷକ। ହେଲେ ନିଶା ୟୁଟ୍ୟୁବର। ନିଜ ପତ୍ନୀଙ୍କ ନାଁରେ ଖୋଲିଥିଲେ ‘ପ୍ରୋ ଆନ୍‌ସାର୍‌’ ୟୁଟ୍ୟୁବ୍‌ ଚ୍ୟାନେଲ୍‌। ସ୍କୁଲ୍‌ରୁ ସମୟ ମିଳିଲେ ପତ୍ନୀଙ୍କ ସହିତ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ପିଲାଙ୍କୁ ପଢ଼ାଉଥିଲେ। ହେଲେ ସବ୍‌ସ୍କ୍ରାଇବ୍‌ର ସଂଖ୍ୟା ବଢ଼ୁନଥିଲେ। ସେଥିପାଇଁ କ’ଣ କରିବେ କିଛି ଉପାୟ ପାଉନଥିଲେ।

ଠିକ୍‌ ସେହି ସମୟରେ ଆରମ୍ଭ ହେବାକୁ ଥିଲା ପିଲା ପିଲାଙ୍କ ପରୀକ୍ଷା। ତେଣୁ ଓଡ଼ିଶା ସ୍କୁଲ ଏଡୁକେଶନ୍‌ ପ୍ରୋଗ୍ରାମ ଅଥରିଟି(ଓସେପା) ପକ୍ଷରୁ ଜଗନ୍ନାଥ କରଙ୍କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପ୍ରଶ୍ନପତ୍ର ଦିଆଯାଇଥିଲା। ହେଲେ ଜଗନ୍ନାଥ ବାବୁ ପ୍ରଶ୍ନପତ୍ର ସ୍କୁଲରେ ରଖିବା ପରିବର୍ତ୍ତେ ନିଜ ଘରକୁ ନେଇଥିଲେ। ଆଉ ସେଥିରୁ ଗୋଟିଏ ଲେଖାଏଁ ପ୍ରଶ୍ନପତ୍ର କାଢ଼ି ପତ୍ନୀଙ୍କୁ ଦେଇଥିଲେ। ତା’ପରେ ପତ୍ନୀ ଲାଗି ପଡ଼ିଥିଲେ କାମରେ। ରେକଡିଂ, ଭଏସ୍‌ ଓଭର, ଏଡିଟିଂ କରି ନିଜ ‘ପ୍ରୋ ଆନ୍‌ସାର୍‌’ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ଲୋଡ୍‌ କରିଥିଲେ। ଆଉ ତା’ପରେ ସେହି ସବୁ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଯାଇଥିଲା। ସ୍କୁଲରେ ପରୀକ୍ଷା ହେବା ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିଥିଲା ପ୍ରଶ୍ନପତ୍ର। ‘ପ୍ରୋ ଆନ୍‌ସାର୍‌’ ଚ୍ୟାନେଲ୍‌ରୁ ପ୍ରଶ୍ନପତ୍ର କପି କରି ଗଞ୍ଜାମର ‘ସମୀର ଏଜୁକେଶନାଲ୍‌’ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ପ୍ରସାରଣ କରିଥିଲା।

Advertisment

ପ୍ରଶ୍ନପତ୍ର ଭାଇରାଲ୍‌ ନେଇ ଅଭିଯୋଗ ହେବା ପରେ ଓସେପା ପକ୍ଷରୁ ମାର୍ଚ୍ଚ ୧୮ ତାରିଖରେ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଭାଇରାଲ୍‌ ପ୍ରଶ୍ନପତ୍ର ଲିଙ୍କ ଖୋଜୁ ଖୋଜୁ ସାଇବର ଥାନା ପୁଲିସ୍‌ ପହଞ୍ଚିଥିଲା ଗଞ୍ଜାମରେ। ପ୍ରଥମେ ‘ସମୀର ଏଜୁକେଶନାଲ୍‌’ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ମୁଖ୍ୟ ସମୀର ସାହୁଙ୍କୁ ଧରିଥିଲା। ତାଙ୍କୁ ପଚରା ଉଚରା ପରେ ପୁଲିସ୍‌ ‘ପ୍ରୋ ଆନ୍‌ସାର’ ଚ୍ୟାନେଲ୍‌ ସମ୍ପର୍କରେ ତଥ୍ୟ ପାଇଥିଲା ପୁଲିସ୍‌। ସେହି ତଥ୍ୟ ଆଧାରେ ପୁଲିସ୍‌ ଜଗନ୍ନାଥଙ୍କ ପାଖରେ ପହଞ୍ଚିଥିଲା। ସମୀରଙ୍କ ସମେତ ଜଗନ୍ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ କହିବା ଅନୁସାରେ ଜଗନ୍ନାଥଙ୍କ ପତ୍ନଙ୍କର ଗୋଟିଏ ଛୋଟ ପିଲା ରହିଛି। ତେଣୁ ତାଙ୍କୁ ଗିରଫ କରାଯାଇ ନାହିଁ। କିନ୍ତୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି। ଏଥିସହ ସେମାନଙ୍କଠାରୁ ଲାପ୍‌ଟପ୍‌, ମୋବାଇଲ, କିଛି ପ୍ରଶ୍ନପତ୍ର ଜବତ କରାଯାଇଥିବା ଡିସିପି କହିଛନ୍ତି।

Crime Jajpur Odisha Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe