ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଗିରଫ

କଟକ: ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀକୁ ଚାଉଳିଆଗଞ୍ଜ ପୋଲିସ୍ କରିଛି। ଗିରଫ ଅଭିଯୁକ୍ତ ହେଲେ ଅନ୍ତର୍ଯ୍ୟାମୀ ସାହୁ। ଦାଦାବଟି ଆଦାୟ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ତାଙ୍କ ନାଁରେ ବହୁ ସଙ୍ଗୀନ ମାମଲା ରହିଛି। ହତ୍ୟା ଉଦ୍ୟମ, ଧମକ ଚମକ ଦେବା ଭଳି ବହୁ ମାମଲା ତାଙ୍କ ବିରୋଧରେ ରହିଛି। ସେ ଦୀର୍ଘ ଦିନ ହେବ ଫେରାର୍ ଥିଲେ।

ଅନ୍ତର୍ଯ୍ୟାମୀ ସିଏମସିର ଜଣେ କର୍ପୋରେଟରଙ୍କ ଭାଇ ବୋଲି ଜଣାପଡ଼ିଛି।