Advertisment

ଡାବର ଗ୍ରୁପ ଅଧ୍ୟକ୍ଷ ଓ ନିର୍ଦ୍ଦେଶକଙ୍କ ନାଁରେ ଏଫ୍‌ଆଇଆର୍‌

ବହୁ ଚର୍ଚ୍ଚିତ ମହାଦେବ ବେଟିଂ ଆପ୍‌ ମାମଲାରେ ଏମାନଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି ପୁଲିସ।

author-image
Madhupriya Mistry
Dabur Group Chairman and Director

Dabur Group Chairman and Director

ଅଡୁଆରେ ଡାବର ଗ୍ରୁପ୍‌ର ମାଲିକ। ଆଇନ୍‌ ଜାଲରେ ଫଶିଛନ୍ତି ଡାବର ଗ୍ରୁପର ଅଧ୍ୟକ୍ଷ ଓ ନିର୍ଦ୍ଦେଶକ। ଉଭୟଙ୍କ ନାଁରେ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି। ବହୁ ଚର୍ଚ୍ଚିତ ମହାଦେବ ବେଟିଂ ଆପ୍‌ ମାମଲାରେ ଏମାନଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି ପୁଲିସ।

Advertisment

ରିପୋର୍ଟ ମୁତାବକ, ମହାଦେବ ବେଟିଂ ଆପ୍‌ ମାମଲାରେ ମୁମ୍ବାଇ ପୁଲିସ ୩୧ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ ଫାଇଲ୍‌ କରିଛି। ଏହି ୩୧ ଜଣ ମଧ୍ୟରେ ଡାବର୍‌ ଗ୍ରୁପ୍‌ର ଅଧ୍ୟକ୍ଷ ମୋହିତ ବର୍ମନ୍‌ ଓ ନିର୍ଦ୍ଦେଶକ ଗ‌ୌରବ ବର୍ମନଙ୍କ ନାଁ ଥିବା କଥା ସାମ୍ନାକୁ ଆସିଛି। ‘ଏଫ୍‌ଆଇଆର୍‌’ରେ ମୋହିତ ବର୍ମନଙ୍କ ନାଁ ପାଖରେ ଥିବା ଠିକଣା ସ୍ଥାନରେ ଫୋର୍ଟ ମୁମ୍ବାଇ‌ ଉଲ୍ଲେଖ କରାଯାଇଛି ଯେଉଁଠାରେ ରେଜିଷ୍ଟ୍ରାର ଅଫ୍ କମ୍ପାନୀ ଅନୁଯାୟୀ ତାଙ୍କ ନିବେଶ କମ୍ପାନୀର ଏକ କାର୍ଯ୍ୟାଳୟ ଅବସ୍ଥିତ।

ଏଫ୍‌ଆଇଆର୍‌ରେ ଅଭିଯୋଗକାରୀ ଦେଇଥିବା ବୟାନ ମୁତାବକ କ୍ରିକେଟ୍‌ ଲିଗ୍‌ରେ ମ୍ୟାଚ୍‌ ଫିକ୍ସିଙ୍ଗ୍‌ ପାଇଁ ଦଲାଲ୍‌ମାନଙ୍କ ମଧ୍ୟରୁ ଜଣଙ୍କ ସହିତ ମୋହିତ ବର୍ମନ ଓ ଗୌରବ ବର୍ମନଙ୍କର ସମ୍ପୃକ୍ତି ଅଛି। ଏହି ଅଭିଯୋଗରେ ଲଣ୍ଡନ୍‌ବାସୀ ଚନ୍ଦର ଅଗ୍ରୱାଲ୍‌ ଓ ଦିନେଶ ଖମ୍ବାତ୍‌ଙ୍କୁ ଭାରତରେ ଅନୁଷ୍ଠିତ କ୍ରିକେଟ୍‌ ମ୍ୟାଚ୍‌ଗୁଡ଼ିକ ପାଇଁ ମୁଖ୍ୟ ଦଲାଲ ବୋଲି କୁହାଯାଇଛି। ଏହି ଲିଗ୍‌ ସହିତ ଚନ୍ଦର ଅଗ୍ରୱାଲ୍‌ଙ୍କର ଭିତିରିଆ ଭାଗିଦାରୀ ରହିଛି। ସେ ଦୁବାଇର ହେମନ୍ତ ସୁଦ ଓ ରୋହିତ କୁମାର ମୁର୍ଗୋଇଙ୍କୁ ସାହାଯ୍ୟ କରିଥିଲେ।

Advertisment

ମୋହିତ ଓ ଗୌରବ ବର୍ମନଙ୍କର ଦିନେଶ ଖମ୍ବାତ୍‌ ଓ ରୋହିତ କୁମାର ମୁର୍ଗୋଇଙ୍କ ସହିତ ସମ୍ପୃକ୍ତି ଅଛି ବୋଲି ଏଫ୍‌ଆଇଆର୍‌ରେ ଅଭିଯୋଗ କରାଯାଇଛି। ଦୁଇ ଶିଳ୍ପପତିଙ୍କର କ୍ରିକେଟ୍‌ ଲିଗ୍‌ର ଗୋଟିଏ ଟିମ୍‌ରେ ଅଂଶଧନ ରହିଛି। ଏହାଛଡ଼ା ଦୁହିଁଙ୍କର ଆଉ ଜଣେ ଅଭିଯୁକ୍ତଙ୍କ ସହିତ ମଧ୍ୟ ଭାଗିଦାରୀ ରହିଛି। ତଦନ୍ତ କଲେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ।

ନିକଟରେ ମହାଦେବ ବେଟିଂ ଆପ୍‌ ଉପରେ କେନ୍ଦ୍ର ସରକାର ବ୍ୟାନ୍‌ ଲଗାଇଥିଲେ। ଏହି ଆପ୍‌ ସମ୍ବନ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଜାରି ରଖିଛି। ଏହି ମାମଲାରେ ଇଡି ଛତିଶଗଡର ଦୁଇ ଜଣ ପୁଲିସକର୍ମୀଙ୍କୁ ମଧ୍ୟ ଗିରଫ କରିଛି। ଗତ ସପ୍ତାହରେ ଜଣେ ସାମାଜିକକର୍ମୀ ପ୍ରକାଶ ବ୍ୟାଙ୍କରଙ୍କ ଅଭିଯୋଗ ପରେ କୁର୍ଲା ମେଟ୍ରୋପଲିଟନ ମାଜିଷ୍ଟ୍ରେଟ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ମହାଦେବ ବେଟିଂ ଆପ୍‌ ସମ୍ବନ୍ଧରେ ଏକ ଏଫ୍‌ଆଇଆର୍‌ ମୁମ୍ବାଇରେ ରୁଜୁ ହୋଇଥିଲା। ସୂଚନାଯୋଗ୍ୟ, ଅନ୍ୟ କେତେକ ସହଯୋଗୀ ଓ ଅଂଶୀଦାରଙ୍କ ସହିତ ସୌରଭ ଚନ୍ଦ୍ରାକର ଓ ରବି ଉପ୍ପଲ ନାମରେ ଦୁଇଜଣ ବ୍ୟକ୍ତି ମହାଦେବ ବେଟିଂ ଆପ୍‌ ଚଳାଉ ଥିଲେ।

Mumbai Police Mahadev Bettin App Dabur Group Chairman