Advertisment

ବାଲି ମାଫିଆଙ୍କ ଦାଦାଗିରି; ପ୍ରତିବାଦ କରିବାରୁ ମୁଣ୍ଡ ଫଟାଇଦେଲେ

ଗାଁର ଯୁବକ ମାନସ କୁମାର ସାହୁ ବିରୋଧ କରିଥିଲେ। ବାଲି ବୋଝେଇ ଟ୍ରାକ୍ଟର ଅଟକାଇ ଦୃତଗତିରେ କ’ଣ ପାଇଁ ଗାଡି ଚଳାଉଛ ବୋଲି ପଚାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଲି ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିଲେ। ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିବା ଅଭିଯୋଗ ହୋଇଛି।

Baripada

Baripada

Advertisment

ବାଲି ମାଫିଆଙ୍କ ଦାଦାଗିରି। ପ୍ରତିବାଦ କରିବାରୁ ମାଡ଼ ମାରି ମୁଣ୍ଡ ଫଟାଇଦେଲେ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଏ ପର୍ଯ୍ୟନ୍ତ ଆକ୍ରମଣ କରିଥିବା ବାଲି ମାଫିଆଙ୍କୁ ପୁଲିସ୍‌ ଧରିପାରିନି।

Advertisment

କପ୍ତିପଦା ଥାନା ବଜରପୁରରେ ରହିଛି ବାଲି ଘାଟ। ପ୍ରତିଦିନ ପରି ଶୁକ୍ରବାର ବିଳମ୍ୱିତ ରାତିରେ ବଜରପୁର ଗାଁ ରାସ୍ତାରେ ବାଲି ମାଫିଆମାନେ ବେଆଇନ୍‌ ଭାବେ ଦ୍ରୁତ ଗତିରେ ଟ୍ରାକ୍ଟରରେ ବାଲି ଚାଲାଣ କରୁଥିଲେ। ଯାହାକୁ ଉକ୍ତ ଗାଁର ଯୁବକ ମାନସ କୁମାର ସାହୁ ବିରୋଧ କରିଥିଲେ। ବାଲି ବୋଝେଇ ଟ୍ରାକ୍ଟର ଅଟକାଇ ଦୃତଗତିରେ କ’ଣ ପାଇଁ ଗାଡି ଚଳାଉଛ ବୋଲି ପଚାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଲି ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିଲେ। ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିବା ଅଭିଯୋଗ ହୋଇଛି।

ବାଲି ମାଫିଆଙ୍କ ଆକ୍ରମଣରେ ମାନସ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏପରିକି ବାଲି ମାଫିଆଙ୍କ ଗୋଟିଏ ଟ୍ରାକ୍ଟର ଜବତ କରିଛି। ଆକ୍ରମଣ କରିଥିବା ଅଭଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ୍‌ କହିଛି।

Advertisment

ରିପୋର୍ଟ- ଉଦଳାରୁ ଅଭିଜିତ ବିଶ୍ୱାଳ

Crime Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe