Advertisment

ଲାଜ ନାହିଁ! ଲାଞ୍ଚ ନେଇ ପୁଣି ଥରେ ଧରାପଡ଼ିଲେ ଆରଆଇ

୨୦୨୨ରେ ଲାଞ୍ଚ ନେଇ ଗିରଫ ହୋଇଥିଲେ ଏହି ଆରଆଇ। ଉକ୍ତ ମାମଲା ଭିଜିଲାନ୍ସ କୋର୍ଟରେ ବିଚାରାଧୀନ ରହିଛି।

author-image
Jitendra Garnayak
RI

RI

ଦୁଇ ବର୍ଷ ତଳେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ କୋର୍ଟରେ ସେହି ମାମଲା ବିଚାରାଧୀନ ଥିବା ବେଳେ ଆଜି ପୁଣି ଥରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ସରକାରୀ କର୍ମଚାରୀଙ୍କ ନାଁ ମନୋଜ କୁମାର ମହାନନ୍ଦ। ସେ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)।

Advertisment

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ତହସିଲର ଡଇଁଚାରେ ନିଯୁକ୍ତ ମନୋଜ କୁମାର ମହାନନ୍ଦ ଆଜି ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ। ଏକ ନାମଜାରି (ମ୍ୟୁଟେସନ) ମାମଲାରେ ଉକ୍ତ ବ୍ୟକ୍ତିଙ୍କ ସପକ୍ଷରେ ପଟ୍ଟା ପ୍ରଦାନ ପାଇଁ ଆରଆଇ ଶ୍ରୀ ମହାନନ୍ଦ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ଲାଞ୍ଚ ନେଇ ଧରାପଡ଼ିବା ପରେ ଆରଆଇ ମନୋଜ କୁମାର ମହାନନ୍ଦଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

Advertisment

ସୂଚନାଯୋଗ୍ୟ, ପୂର୍ବରୁ ୨୦୨୨ ଏପ୍ରିଲ ୧୭ ତାରିଖରେ ଆରଆଇ ମନୋଜ କୁମାର ମହାନନ୍ଦ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ସେତେବେଳେ ସେ ସମ୍ବଲପୁର ଜିଲ୍ଲା ଜମନକିରାରେ ଆରଆଇ ଥିଲେ। ସେହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଚାର୍ଜଶିଟ୍ ଦାଖଲ କରାଯାଇଛି। ମାମଲାଟି ଏବେ ଭିଜିଲାନ୍ସ କୋର୍ଟରେ ବିଚାରାଧୀନ ରହିଛି।

Bribe Odisha Vigilance Vigilance Net Vigilance