Advertisment

ଦଳିତ କାହିଁକି ଚେୟାରରେ ବସିବ କହି ତଣ୍ଟିଆ ମାରି କାଢିଦେଲେ, ଅପମାନରେ ହାରିଦେଲେ ଜୀବନ

ଲୋକଙ୍କୁ କାନ୍ଦି କାନ୍ଦି ମୋର ଭୁଲ୍ କଣ କଣ କହିଥିଲେ ବି କେହି ନ ଶୁଣିନଥିଲେ। ଫଳେ ଅପମାନରେ ଜୀବନ ହାରି ଦେଇଥିବା ଅଭିଯୋଗ।

ଅଦ୍ୟତନ ହୋଇଛି
Rope

Rope

Advertisment

ଚେୟାର୍ ଉପରେ ବସି ରାମଲୀଳା ଦେଖିବାକୁ ନେଇ ଜଣେ ଦଳିତ ବ୍ୟକ୍ତିଙ୍କୁ ତଣ୍ଟିଆ ସହ ଗୋଇଠା ମାରି ବାହାର କରିଦେବାରି ସେ ଆତ୍ମହତ୍ୟା କରିଦେଇଛନ୍ତି। ସମସ୍ତଙ୍କ ଆଗରେ ଅପମାନିତ କରାଯିବାରୁ ଘରେ ଆଶି ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଉତ୍ତର ପ୍ରଦେଶରେ ଘଟିଛି ଏପରି ଅଭାବନୀୟ ଘଟଣା।  

Advertisment

ମୃତକ ଜଣକ ହେଉଛନ୍ତି ସାଲେମପୁର ଭିଭି ଗ୍ରାମର ୪୮ ବର୍ଷୀୟ ରମେଶ ଚାନ୍ଦ। ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ରବିବାର ପଡୋଶୀ ଗାଁରେ ରାମଲୀଲା ଚାଲିଥିଲା। ରମେଶ ଚାନ୍ଦ ରାତି ୯ଟାରେ ସେଠାକୁ ରାମଲୀଲା ଦେଖିବାକୁ ଯାଇଥିଲେ। ଖାଲି ଥିବା ଏକ ଚେୟାରରେ ବଶି ରାମଲୀଲା ଦେଖୁଥିଲେ। କିନ୍ତୁ କାର୍ଯ୍ୟକ୍ରମ ଆୟୋଜକ ତାଙ୍କୁ ଚେୟାରରେ ବସିଥିବା ଦେଖି ପାଟି କରିଥିଲେ।

ଜଣେ ଦଳିତ ଚେୟାରରେ ବସିବ କହି ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସକୁ କହିଥିଲେ। କନଷ୍ଟେବଳ ବିକ୍ରମ ଚୌଧୁରୀ ସେହି ସ୍ଥାନରେ ପହଞ୍ଚି ରମେଶ ଚାନ୍ଦଙ୍କୁ ଗୋଇଠା ଓ ଧକ୍କା ମାରି ବାହାର କରିଦେବା ସହ ସେ ବସିଥିବା ଚେୟାରକୁ ଛଡ଼ାଇ ନେଇଥିଲେ। 

Advertisment

ଏହାକୁ ନେଇ ଚାନ୍ଦ କାନ୍ଦି କାନ୍ଦି ତାଙ୍କର କଣ ଭୁଲ୍ ବୋଲି ଉପସ୍ଥିତ ଲୋକଙ୍କୁ ପଚାରିଥିଲେ। କିନ୍ତୁ କେହି ତାଙ୍କ କଥା ଶୁଣିନଥିଲେ କି ସମର୍ଥନ ମଧ୍ୟ କରିନଥିଲେ। ଫଳରେ ସେ ସେଠାରୁ ଘରକୁ ଚାଲି ଆସିଥିଲେ। ଶେଷରେ ସୋମବାର ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ସମସ୍ତଙ୍କ ଆଗରେ ଅପମାନିତ ହୋଇଥିବାରୁ ଆତ୍ମହତ୍ୟା କରିଦେଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ରମେଶ ଚାନ୍ଦ ବୃତ୍ତିରେ ଜଣେ ଚାଷୀ ଥିଲେ। ତାଙ୍କର ଦୁଇ ଝିଅ ସମେତ ଦୁଇ ନାବାଳକ ଏବଂ ପତ୍ନୀ ଅଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରିଥିଲେ।

ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  

Suicide Dalit Ramlila UP Suicide News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe