Advertisment

ଦଳିତ ମହିଳାଙ୍କୁ ଉଲଗ୍ନ କରିଦେଲେ, ପୁଅକୁ ପିଟିପିଟି ମାରି ଦେଲେ

୯ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ୩ ଜଣଙ୍କ ନାଁରେ ଅନୁସୂଚିତ ଜାତି/ଜନଜାତି ଆଇନର ଦଫା ଲାଗିଛି। ୯ ଜଣଙ୍କ ମଧ୍ୟରୁ ପୁଲିସ୍‌ ୮ ଜଣଙ୍କୁ ଗିରଫ କରିଛି।

Dalit

Dalit

Advertisment

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କିଛି ଲୋକ ମିଳିତ ଭାବେ ଗୋଟିଏ ଦଳିତ ପରିବାର ଉପରେ ଅତ୍ୟନ୍ତ ନିଶୃସ ଭାବେ ଆକ୍ରମଣ କରିଛନ୍ତି। ସେମାନେ ଦଳିତ ପରିବାର ମହିଳାଙ୍କୁ ଉଲଗ୍ନ କରି ଦେଇଥିବା ବେଳେ ତାଙ୍କ ପୁଅଙ୍କୁ ପିଟିପିଟି ମାରି ଦେଇଛନ୍ତି।

Advertisment

ଦଳିତ ମହିଳାଙ୍କ ଝିଅ ମଧ୍ୟ ଆକ୍ରମଣରୁ ରକ୍ଷା ପାଇ ନାହାନ୍ତି। ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ଅସଦାଚରଣ କରିବା ସହ ମାଡ଼ ମାରିଛନ୍ତି। ପ୍ରାଣ ହରାଇଥିବା ପିଲାଟିର ଭଉଣୀ ୨୦୧୯ରେ ଜଣଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ ଆଣି ପୁଲିସର ଦ୍ୱାରସ୍ଥ ହୋଇଥିଲେ। ସେବେଠାରୁ ଏହି ମାମଲା ଚାଲିଥିବା ବେଳେ ଏବେ ପୀଡ଼ିତାଙ୍କ ଭାଇଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମା’ ମଧ୍ୟ ନିର୍ଯାତନାର ଶିକାର ହୋଇଛନ୍ତି।

୯ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ୩ ଜଣଙ୍କ ନାଁରେ ଅନୁସୂଚିତ ଜାତି/ଜନଜାତି ଆଇନର ଦଫା ଲାଗିଛି। ୯ ଜଣଙ୍କ ମଧ୍ୟରୁ ପୁଲିସ୍‌ ୮ ଜଣଙ୍କୁ ଗିରଫ କରିଛି। ଏବେ ବି ଜଣେ ଅଭିଯୁକ୍ତ ଫେରାର ଥିବା ପୁଲିସ୍‌ କହିଛି।

Advertisment

ପ୍ରାର ହରାଇଥିବା ୧୮ ବର୍ଷୟ ପିଲାଟିର ଭଉଣୀ କହିଛନ୍ତି, କିଛି ଲୋକ ୨୦୧୯ ମସିହାରେ ସେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରି ନେବାକୁ ଚାପ ପ୍ରୟୋଗ କରୁଥିଲେ। ତେଣୁ ସେମାନେ ହିଁ ଆକ୍ରମଣ ପଛରେ ଥାଇ ପାରନ୍ତି ବୋଲି ଝିଅ ଜଣଙ୍କ ଆଶଙ୍କା କରୁଛନ୍ତି।

ସେହିପରି ପିଲାଟିର ମା’ କହିଛନ୍ତି, “ସେମାନେ ମୋ ପୁଅକୁ ପ୍ରବଳ ପିଟିଛନ୍ତି। ପିଟିପିଟି ତାକୁ ମାରି ଦିଆଯାଇଛି। ମୋତେ ଉଲଗ୍ନ କରି ଦିଆଗଲା। ପୁଲିସ୍‌ ଖବର ପାଇ ଆସିବା ପରେ ମୋତେ ଟାୱେଲ ମିଳିଥିଲା। ସେମାନେ ଶାଢ଼ି ଆଣିବା ଯାଏ ମୁଁ ବିଚ୍‌ ରାସ୍ତାରେ ଗୋଟିଏ ଟାୱେଲ ପିନ୍ଧି ଛିଡ଼ା ହୋଇଥିଲି। ଆକ୍ରମଣକାରୀମାନେ ଆମ ଘର ଓ ଜିନିଷପତ୍ର ସବୁ କିଛି ଭାଙ୍ଗି ଦେଇଛନ୍ତି। ଗୋଟିଏ ବି ଜିନିଷ ଠିକ ନାହିଁ। ସେମାନେ ପକ୍କା ଛାତକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।”

ତେବେ ପୁଲିସ ପାଇଥିବା ଏଫଆଇଆର୍‌ରେ ଉଲଗ୍ନ ନେଇ କୌଣସି ଅଭିଯୋଗ ହୋଇ ନଥିବା ପୁଲିସ କହିଛନ୍ତି। ଆକ୍ରମଣକାରୀମାନେ ପ୍ରାଣ ହରାଇଥିବା ପିଲାଟିର ପଡ଼ୋଶୀଙ୍କ ଘରେ ମଧ୍ୟ ଧସେଇ ପଶିଥିଲେ।

ସେମାନେ ସେଠାରେ ରହୁଥିବା ଲୋକଙ୍କୁ ମାଡ଼ ମାରିବା ସହ ଧମକଚମକ ଦେଇଛନ୍ତି। ଘଟଣାକୁ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ବ୍ୟାପକ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

Madhya Pradesh Beaten To Death Dalit Woman Dalit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe