ଯୌବନର ପହିଲି ପାହାଚରେ ଅପରାଧୀକ ସାମ୍ରାଜ୍ୟରେ ପାଦ ଥାପିଥିଲା ମୁସ୍କାନ ଓରଫ ସରିଫା ଖାତୁନ୍। ୧୫ ବର୍ଷ ବୟସରେ ଗଢ଼ିଥିଲା ନିଜର ଗ୍ୟାଙ୍ଗ। ଆଉ ବସ୍ଷ୍ଟାଣ୍ଡ ଓ ଷ୍ଟେସନ୍ ପରି ଜନଗହଳୀ ପୂର୍ଣ୍ଣ ସ୍ଥାନରେ ମେଲାଇଥିଲା ପସରା। ନିଜର ସୁନ୍ଦର ଚେହେରା ଦେଖାଇ ଫସାଉଥିଲା। ଆଉ ବକରା ଫସିବା ପରେ ସହଯୋଗୀଙ୍କ ନେଇଯାଇଥିଲା। ଆଖିର ଇସାରା । ରୂପର ସୁନେହେରା । ରିଲ୍ସରେ ରୋମାନ୍ସ । ବେଡରେ ବୋବାଲ । ଆଉ ତାଙ୍କ ପ୍ରେମର ନିଶା ବି କମାଲ । ମୁସ୍କିଲ ଫାଶ ବସାଉଥିଲା ମୁସ୍କାନ । ଟ୍ରେନରୁ ହୋଟେଲ ଯେଉଁଠିକୁ ଏହି ସୁନ୍ଦରୀ ଯାଉଥିଲା ସେଠି ଶିକାର କରୁଥିଲା ।