Advertisment

ରାଜଧାନୀରେ ଡ୍ୟାନ୍ସରଙ୍କୁ ମାରି ଟାଙ୍ଗିଦେଲେ ପ୍ରେମିକ!

ଜଗତସିଂହପୁର ଅଲଣା ଗାଁର ଯୁବତୀ ସୁଲୋଚନା ଦାସ। ପେସାରେ ସେ ଜଣେ ଡ୍ୟାନ୍ସର। ତେଣୁ ସେ ରାଜଧାନୀ ଭୁବନେଶ୍ୱର ଚାଲି ଆସିଥିଲେ। ଏଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଡ୍ୟାନ୍ସର ଭାବେ କାମ କରୁଥିଲେ। ସେହି ସମୟରେ ତାଙ୍କର ଜଣେ ଯୁବକଙ୍କ ସହିତ ଦେଖା ହୋଇଥିଲା।

author-image
Manoranjan Sial
Dancer

Dancer

ଷ୍ଟେଜ୍‌ରେ ଡ୍ୟାନ୍ସ କରି ସମସ୍ତଙ୍କୁ ମତୁଆଲା କରୁଥିଲେ। ଠାଣୀ ଓ ଭଙ୍ଗୀରେ ସମସ୍ତଙ୍କ ହୋସ୍‌ ଉଡାଉଥିଲେ। ହେଲେ ମନୋରଞ୍ଜର ଖୋରାକ ଯୋଗାଉଥିବା ସୁଲୋଚନା କାହିଁକି ନେଲେ ଏପରି ନିଷ୍ପତ୍ତି? କ’ଣ ପାଇଁ ଭଡ଼ା ଘରେ ଝୁଲି ପଡ଼ିଲେ? ନା ତାଙ୍କୁ ମାରି ଝୁଲାଇ ଦିଆଯାଇଛି? ଏପରି ନାନା ପ୍ରଶ୍ନ ଭିତରେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ଛନ୍ଦି ହୋଇ ପଡ଼ିଥିବା ବେଳେ ସୁଲୋଚନାଙ୍କ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସୁଲୋଚନାଙ୍କୁ ମାରି ତାଙ୍କ ପ୍ରେମିକ ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି।

Advertisment

ଜଗତସିଂହପୁର ଅଲଣା ଗାଁର ଯୁବତୀ ସୁଲୋଚନା ଦାସ। ପେସାରେ ସେ ଜଣେ ଡ୍ୟାନ୍ସର। ତେଣୁ ସେ ରାଜଧାନୀ ଭୁବନେଶ୍ୱର ଚାଲି ଆସିଥିଲେ। ଏଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଡ୍ୟାନ୍ସର ଭାବେ କାମ କରୁଥିଲେ। ସେହି ସମୟରେ ତାଙ୍କର ଜଣେ ଯୁବକଙ୍କ ସହିତ ଦେଖା ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଏକାଠି ରାଜଧାନୀରେ ଏକ ଭଡ଼ା ଘରେ ରହୁଥିଲେ। ସୁଲୋଚନା ବିବାହ କରିବାକୁ ଚାହୁଁଥିଲେ। ହେଲେ ଏଥିରେ ରାଜି ହେଉନଥିଲେ ତାଙ୍କ ପ୍ରେମିକ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଅନେକ ସମୟରେ ଗଣ୍ଡଗୋଳ ହେଉଥିବା ଅଭିଯୋଗ ହୋଇଛି। ସୁଲୋଚନାଙ୍କୁ ତାଙ୍କ ପ୍ରେମିକ ମାରିଦେବାକୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ତଥାପି ଉଭୟ ଏକାଠି ରହୁଥିଲେ।

ଅଭିଯୋଗ ଅନୁସାରେ ଶୁକ୍ରବାର ରାତି ସୁଲୋଚନାଙ୍କ ଘରେ ଥିଲେ ତାଙ୍କ ପ୍ରେମିକ। ଆଉ ସେହି ରାତିରେ ସୁଲୋଚନାଙ୍କ ମୃତ୍ୟୁ ଘଟିଥିଲା। ସୁଲୋଚନାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୁଲୋଚନା ମୃତଦେହ ଝୁଲୁଥିବା ଘର ଚଟାଣରେ ଖାଦ୍ୟ ଏତେତେଣେ ପଡ଼ିଥିବା ବେଳେ ରହିଥିଲା ମଦ ବୋତଲ। ତେଣୁ ତାଙ୍କୁ ହତ୍ୟା କରାଯାଇ ଝୁଲାଇ ଦିଆଯାଇଥିବା ଅଭିଯୋଗ ହେଉଛି। ସେପଟେ ସୁଲୋଚନାଙ୍କୁ ତାଙ୍କ ପ୍ରେମିକ ମାରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା ବୈରାଗୀ ଓ ଭଉଣୀ ମିଲିନା।

Advertisment

ବୈରାଗୀ ଏନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୁଲୋଚନାଙ୍କ ପ୍ରେମିକଙ୍କୁ ଗିରଫ କରି ଉଚିତ ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ ଘଟଣାର ତଦନ୍ତ ଚଳାଛି। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୁଲିସ ମାମଲାର ତଦନ୍ତ ଚଳାଇଛି। ମୃତ୍ୟୁ ହୋଇଥିବା ରୁମରେ ପଡି ରହିଥିବା ମଦ ବୋତଲ ଓ ଖାଇବା ସାମଗ୍ରୀକୁ ଜବତ କରି ତଦନ୍ତକୁ ଆଗକୁ ନେଉଛି। ସେପଟେ ଅଭିଯୁକ୍ତ ପ୍ରେମିକ ପ୍ରବର ଚମ୍ପଟ ମାରିଥିବା ଜଣାପଡ଼ିଛି।

Bhubaneswar Bhubaneswar News Crime Love Jagatsinghpur