Advertisment

ଦଶମନ୍ତପୁର ଥାନା ଆଇଆଇସି ନିଲମ୍ବିତ

ଲାଞ୍ଚ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଦଶମନ୍ତପୁର ଥାନା ଆଇଆଇସି।

ଅଦ୍ୟତନ ହୋଇଛି
Chandrabhanu Mohanty

Chandrabhanu Mohanty

Advertisment

କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ଏକ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଯୋଗୁ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ତାଙ୍କୁ ନିଲମ୍ବନ କରିଛନ୍ତି।

Advertisment

ଚନ୍ଦ୍ରଭାନୁ ମହାନ୍ତି ଗତ ମାସ (ଜୁଲାଇ) ୨୮ ତାରିଖରେ ଗିରଫ ହୋଇଥିବା ବେଳେ ଏହି ନିଲମ୍ବନ ଆଦେଶ ସେହିଦିନ ଠାରୁ କାର୍ଯ୍ୟକାରୀ ହେବ ବୋଲି ଡିଜିପି ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି।

ଏକ ମାମଲାରେ ଜଣେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଚନ୍ଦ୍ରଭାନୁ ମହାନ୍ତି। ତାଙ୍କ ସହିତ ଦଶମନ୍ତପୁର ଥାନା ଏଏସ୍‌ଆଇ ଦୀପ୍ତି ହୀରା ମଧ୍ୟ ଗିରଫ ହୋଇଥିଲେ।

Advertisment

ଅଭିଯୋଗକାରୀଙ୍କୁ ଉକ୍ତ ମାମଲାରେ ସାହାଯ୍ୟ କରିବା ପାଇଁ ମୋଟ ୧୩ ହଜାର ଟଙ୍କା ଲାଞ୍ଚ  ମଗାଯାଇଥିଲା। ପୂର୍ବରୁ ସେମାନେ (ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ଏଏସ୍‌ଆଇ ଦୀପ୍ତି ହୀରା) ୫ ହଜାର ଟଙ୍କା ନେଇ ଥିଲେ। ଜୁଲାଇ ୨୮ ତାରିଖ ଦିନ ବାକି ୮ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ।

Corrupt Police Odisha Police Odisha Vigilance Bribe Vigilance Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe