Advertisment

ଜନ୍ମଦାତ୍ରୀଙ୍କୁ କାଠ ଫାଳିଆରେ ପିଟି ପିଟି ମାରିଦେଲା ଝିଅ!

ଆଜି ସକାଳେ ଆଲୋକ ନିଜ ମାଆଙ୍କ ପାଖକୁ ଫୋନ୍‌ କରିଥିଲେ। ମାତ୍ର ସେ ଫୋନ୍‌ ରିସିଭ୍‌ କରିନଥିଲେ। ମନରେ ସନ୍ଦେହ ହେବାରୁ ଗାଁ ନିକଟରେ ବିବାହ କରିଥିବା ଆଉ ଜଣେ ଭଉଣୀଙ୍କୁ ନିଜ ଘରକୁ ପଠାଇଥିଲେ ଆଲୋକ।

author-image
Manoranjan Sial
Crime

Crime

ଜନ୍ମଦାତ୍ରୀଙ୍କୁ କାଠ ଫାଳିଆରେ ପିଟି ପିଟି ମାରିଦେଲା ଝିଅ!ଏପରି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

Advertisment

ଭୁବନ ଥାନା ମଝିପାଳ ଗାଁରେ ବାସ କରନ୍ତି ସ୍ୱର୍ଗତ ବିଭୁତି ଭୁଷଣ ଦାଶଙ୍କ ପତ୍ନୀ ଦୁର୍ଗାବତୀ। ପୁଅ ଆଲୋକ ଚନ୍ଦ୍ର ଦାଶ ତାଳଚେରରେ ଏକ କମ୍ପାନୀରେ ଚାକିରି କରୁଥିବାରୁ ନିଜ ପରିବାର ସହ ସେଠାରେ ରହୁଛନ୍ତି। ହେଲେ ତାଙ୍କ ମାଆ ଗାଁରେ ନିଜ ମାନସିକ ବିକାର ଗ୍ରସ୍ତ ଭଉଣୀ ଆଶାଲତାଙ୍କ ସହ ରହୁଥିଲେ। ତାଙ୍କର ସବୁ କଥା ବୁଝୁଥିଲେ ଆଲୋକ। ପ୍ରତିଦିନ ଫୋନ୍‌ କରି ତାଙ୍କ ମାଆ ସହ କଥା ହେଉଥିଲେ।

ଆଜି ସକାଳେ ଆଲୋକ ନିଜ ମାଆଙ୍କ ପାଖକୁ ଫୋନ୍‌ କରିଥିଲେ। ମାତ୍ର ସେ ଫୋନ୍‌ ରିସିଭ୍‌ କରିନଥିଲେ। ମନରେ ସନ୍ଦେହ ହେବାରୁ ଗାଁ ନିକଟରେ ବିବାହ କରିଥିବା ଆଉ ଜଣେ ଭଉଣୀଙ୍କୁ ନିଜ ଘରକୁ ପଠାଇଥିଲେ ଆଲୋକ। ସେ ଆସିଲା ବେଳକୁ ଘର ଭିତର ପାର୍ଶ୍ୱରୁ କବାଟ ବନ୍ଦ ଥିଲା। ଆଉ କବାଟରେ ରକ୍ତି ଛିଡ଼ା ଲାଗିଥିବା ଦେଖିବାକୁ ପାଇଥିଲେ। ଏହା ପରେ ଆଲୋକଙ୍କୁ ସୂଚନା ଦେବା ସହିତ ଗାଁ ଲୋକଙ୍କୁ କହିଥିଲେ।

Advertisment

ଖବର ପାଇଁ ଭୁବନ ଥାନା ପୁଲିସ ଗାଁରେ ପହଞ୍ଚିଥିଲା। କବାଟ ଭାଙ୍ଗି ଘର ଭିତରୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତରୁ ଆଶାଲତା ଏକ କାଠ ଫାଳିଆରେ ତାଙ୍କ ମାଆଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ୁଛି। ପୁଲିସ ଶାନ୍ତିଲତାଙ୍କୁ ଅଟକ ରଖିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଚଳାଇଛି।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Crime Dhenkanal