Advertisment

ନୃଶଂସ ଝିଅ;ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପାମାଆଙ୍କୁ ପନିକିରେ ହାଣିଦେଲା

ଗତକାଲି ରାତିରେ ଖାଇବା ସମୟରେ ଝିଅ କୁନି ମୋବାଇଲରେ କଥା ହେଉଥିବାରୁ ପ୍ରଥମେ ମାଆ ବାରଣ କରିଥିଲେ।

author-image
Tapaswini Nayak
police station

police station

ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପାମାଆଙ୍କୁ ପନିକିରେ ହାଣିଲା ନୃଶଂସ ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି
ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ପଞ୍ଚାୟତ ହାତିଗାଡ଼ିଆରେ। ଗୁରୁତର ବାପା ରଂଜିତ ସିଂ ଓ ସ୍ତ୍ରୀ ବୁଦୁନି ସିଂଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ରାତିରେ ଖାଇବା ସମୟରେ ଝିଅ କୁନି ମୋବାଇଲରେ କଥା ହେଉଥିବାରୁ ପ୍ରଥମେ ମାଆ ବାରଣ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମା’ଙ୍କୁ ପନିକିରେ ଆକ୍ରମଣ କରିଥିଲେ। ବାପା ଏନେଇ ରୋକିବାରୁ ବାପାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ବାପାମା’ଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ। ରଂଜିତ ଓ ବୁଦୁନିଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାରେ ଅଭିଯୁକ୍ତ ଝିଅ କୁନି ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ପୁଲିସ। କୁନି ବିବାହିତା ହୋଇଥିବା ବେଳେ ସ୍ୱାମୀଙ୍କ ଠାରୁ ପଳାଇ ଆସି କିଛି ଦିନ ହେବ ବାପ ଘରେ ରହିଆସୁଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Balasore