Advertisment

ଜମିବାଡ଼ି ବିବାଦରୁ ଆକ୍ରମଣ ଘଟଣା; ଆଖି ବୁଜିଲା ଝିଅ, ମରଣ ସହ ଲଢ଼ୁଛି ମା’

ବୁର୍ଲାର ଏକ ଘରୋଇ ନର୍ସିଂ ହୋମରେ ଝିଅ ପାୟଲ ଦାସ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥାରେ ଅବନତି ଘଟିଲା। ଏହାପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଛି ।

author-image
Niharika Rout
Payal

Payal

୩ ଦିନ ପର୍ଯ୍ୟନ୍ତ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଜୀବନ ଯୁଦ୍ଧରେ ହାରିଗଲେ ପାୟଲ ଦାଶ । ଆକ୍ରମଣରେ ଗୁରୁତର ହୋଇଥିବା ତାଙ୍କ ମା’ ଇନ୍ଦୁ ଦାଶ ଏବେ ବି ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି। ଏପରି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଦାନୀପାଲି ଅଞ୍ଚଳରେ ଘଟିଛି।

Advertisment

ଗତ ୧୪ ତାରିଖ ସକାଳେ ଇନ୍ଦୁ ଦାଶ ଓ ଝିଅ ପାୟଲ ଦାଶ ନିଜ ଲେଡିଜ ଟେଲର ଦୋକାନକୁ ଯାଉଥିଲେ। ମାତ୍ର ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଅଭିଯୁକ୍ତ ସୁରଜ ହାତୀ ଅତର୍କିତ ଭାବେ ସେମାନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଜାଗାବାଡ଼ିକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ଆକ୍ରମଣରେ ଗୁରୁତର ଉଭୟ ମା’ ଝିଅଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ବୁର୍ଲାର ଏକ ଘରୋଇ ନର୍ସିଂ ହୋମରେ ଝିଅ ପାୟଲ ଦାସ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥାରେ ଅବନତି ଘଟିଲା। ଏହାପରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଛି । ଅନ୍ୟ ପକ୍ଷରେ ମା' ଇନ୍ଦୁ ଦାଶ ବୁର୍ଲା ଡ଼ାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

Advertisment

ଏହି ଘଟଣା ପରେ ଅଭିଯୁକ୍ତ ସୁରଜ ହାତୀ ଫେରାର ହୋଇ ଯାଇଥିବା ବେଳେ ଗତ ୧୫ ତାରିଖରେ ପୁଲିସ ସୁରଜଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଇନ୍ଦୁଙ୍କ ସ୍ୱାମୀ ମୋଜାଇକ ମିସ୍ତ୍ରୀ ଭାବେ କାମ କରୁଥିଲେ। ତେବେ ଅସୁସ୍ଥତା ହେତୁ ସେ ଆଉ କାମ କରିପାରୁ ନାହାନ୍ତି। ତେଣୁ ଇନ୍ଦୁ ଓ ତାଙ୍କ ଝିଅ ଏକ ଟେଲରିଂ ଦେକାନ ଦେଇଛନ୍ତି। ସେଥିରୁ ଯାହା ଉପାର୍ଜନ ହୁଏ, ସେଥିରେ ସେମାନଙ୍କ ପରିବାର ଚଳୁଥିଲା। ଏବେ ଝିଅର ମୃତ୍ୟୁ ଘଟିଥିବା ବେଳେ ମା’ ମେଡିକାଲ ବେଡର ମରଣ ସହଂ ସଂଘର୍ଷ କରୁଛି। ଏପରି ସ୍ଥିତି ଗତ ୪ ଦିନ ହେବ ଘରେ ଚୁଲି ଜଳି ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି।

Murder Sambalpur Knife Attack