Advertisment

ସଇତାନ ବାପାର ନୃଶଂସ କାଣ୍ଡ; ଆଖି ବୁଜିଲେ ବୋହୂ, ପୁଅ ଗୁରୁତର

କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କର ମୃତ୍ୟୁ ଘଟିଛି। ଗୁରୁତର ପୁଅଙ୍କୁ ଆଇସିୟୁରେ ରଖାଯାଇଛି।

ଅଦ୍ୟତନ ହୋଇଛି
Pic

Pic

Advertisment

ପୁଅ ଓ ବୋହୂଙ୍କୁ ପେଟ୍ରୋଲ୍ ଢାଳି ବୃଦ୍ଧ ନିଆଁ ଲଗାଇବା ଘଟଣାରେ ଆସିଛି ଦୁଃଖଦ ଖବର। କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କର ମୃତ୍ୟୁ ଘଟିଛି। 

Advertisment

କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡ଼ିସାହି ବାରସିଂଗା ଗାଁରେ ଗତକାଲି ରାତିରେ ଘଟିଥିଲା ଏହି ଚାଞ୍ଚଲ୍ୟକର ଘଟଣା। କୌଣସି କାରଣରୁ ବୃଦ୍ଧ ଗୋବର୍ଦ୍ଧନ ରାଉତ ନିଜ ପୁଅବୋହୂଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି କଟକ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ପରେ ଉଭୟଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଗୋବର୍ଦ୍ଧନଙ୍କ ପୁଅ ଦୀନବନ୍ଧୁ ରାଉତଙ୍କ ଶରୀରର ୫୦%ରୁ ଅଧିକ ପୋଡ଼ି ଯାଇଥିବା ବେଳେ ବୋହୂଙ୍କ ଶରୀରର ପ୍ରାୟ ୭୦%ରୁ ଅଧିକ ପୋଡ଼ି ଯାଇଥିଲା। ଉଭୟଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଦୀନବନ୍ଧୁଙ୍କ ପତ୍ନୀ ଆଖି ବୁଜି ଦେଇଛନ୍ତି। ଦୀନବନ୍ଧୁଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି। ତାଙ୍କୁ ଆଇସିୟୁରେ ରଖାଯାଇଛି। 

Advertisment

ପରିବାର ଲୋକଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଭଡ଼ା ଘର ଟଙ୍କା ନେଣଦେଣକୁ ନେଇ  କିଛି ଦିନ ହେବ ଗୋବର୍ଦ୍ଧନ ଓ ଦୀନବନ୍ଧୁଙ୍କ ମଧ୍ୟରେ ମତାନ୍ତର ଚାଲିଥିଲା। ଗୋବର୍ଦ୍ଧନ ପୁଅକୁ କିଛି ଟଙ୍କା ମାଗୁଥିବା ବେଳେ ସେ ପରେ ଦେବେ ବୋଲି କହିଥିଲେ।

ଗତକାଲି ରାତିରେ ଦୀନବନ୍ଧୁ ଘରକୁ ଫେରି ପତ୍ନୀଙ୍କ ସହ ଖାଇ ବସିଥିଲେ। ତାଙ୍କ କୁନି ପୁଅ ଖଟ ଉପରେ ବସିଥିଲେ। ସେତେବେଳେ ଗୋବର୍ଦ୍ଧନ ନିଆଁ ଓ ପେଟ୍ରୋଲ ଧରି ସେଠାରେ ପହଞ୍ଚିଥିଲେ। ଏହାଦେଖି ଦୀନବନ୍ଧୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗୋବର୍ଦ୍ଧନ ତାଙ୍କ ପୁଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହାଦେଖି ଦୀନବନ୍ଧୁଙ୍କ ପତ୍ନୀ ଦୌଡ଼ି ଆସିଥିଲେ। ଫଳରେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଘଟଣା ସଂପର୍କରେ ଜାଣିବା ପରେ ଗାଁ ଲୋକେ ତୁରନ୍ତ ସେଠାରେ ପହଞ୍ଚି ଉଭୟଙ୍କୁ ଡାକ୍ତରଖାନା ନେଇଥିଲେ।

ପୁଲିସ ଗୋବର୍ଦ୍ଧନ ରାଉତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ଗୋବର୍ଦ୍ଧନଙ୍କ ଶରୀର ବି କିଛି ମାତ୍ରାରେ ପୋଡ଼ି ଯାଇଥିବାରୁ ତାଙ୍କୁ ବି ଏସସିବିରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି। ତେବେ ଜଣେ ବାପା ଏପରି ନୃଶଂସ କାଣ୍ଡ ଘଟାଇପାରେ ବୋଲି କେହି ବିଶ୍ୱାସ କରି ପାରୁ ନାହାନ୍ତି।  

Cuttack Burnt To Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe