ଥାନାରେ ରାଜା ଘର ବୋହୂ, ସୁରକ୍ଷା ମାଗି ନିରାଶ ହେଲେ

ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଥିବା ନେଇ ଅଦ୍ରିଜା ମଞ୍ଜରୀ ଡେରାଡୁନର ଏକ ଥାନାରେ ଅଭିଯୋଗ କରିଥିଲେ। ସ୍ୱାମୀ ଅର୍କେଶ ତାଙ୍କୁ ମାଡ଼ ମାରୁଥିବା ବେଳେ ଶ୍ୱଶୁର, ଦେଢଶୁର ଓ ବଡ଼ ଯା’ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ।

Alligation

ଅଦ୍ରିଜା ମଞ୍ଜରୀ

Niharika Rout
  • Published: Saturday, 12 August 2023
  • Updated: 12 August 2023, 02:41 PM IST

ବଲାଙ୍ଗିର ରାଜ ପରିବାରର ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ତାଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ତାଙ୍କର କିଛି ବ୍ୟକ୍ତିଗତ ଜିନିଷ ନେବା ପାଇଁ ଡେରାଡୁନରୁ ଏଠାକୁ ଆସିଛନ୍ତି। କିନ୍ତୁ ଏଠାରେ ପ୍ୟାଲେସରେ ତାଲା ପଡ଼ିଥିବା ବେଳେ ସେଠାକୁ ଯାଇ ତାଙ୍କର ଜିନିଷପତ୍ର ଆଣିବାକୁ ପୁଲିସ ମଧ୍ୟ ସୁରକ୍ଷା ଯୋଗାଇ ଦେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ଅଦ୍ରିଜା ମଞ୍ଜରୀ। 

ଆଜି ଏକ ସାମ୍ବିଦିକ ସମ୍ମିଳନୀରେ ଅଦ୍ରିଜା କହିଛନ୍ତି, ମୋତେ ମାନସିକ ଭାବେ ବହୁତ ନିର୍ଯାତନା ଦିଆଯାଇଛି। ତେଣୁ ମୁଁ ଶାଶୁ ଘର ଛାଡ଼ି ଏବେ ଡେରାଡୁନରେ ବାପ ଘରେ ରହୁଛି। ମୁଁ କେବଳ ମୋ ଜିନିଷପତ୍ର ନେବାକୁ ବଲାଙ୍ଗିର ଆସିଥିବା ବେଳେ ପୁଲିସ୍‌ ମୋତେ କୌଣସି ପ୍ରକାର ସହଯୋଗ କରୁନି।

ସେ କହିଛନ୍ତି, ଗତ ୨ ମାସରେ ମୋତେ ବହୁ ଥର ମାରିବାକୁ ଧମକ ଦିଆଯାଇଛି। ମୋ’ ନାଁରେ ମିଥ୍ୟା ମାମଲା କରିବା ସହ ମୋତେ ବହୁ ଥର ଅପମାନିତ କରାଯାଇଛି। ମୋ’ ଜୀବନ ପ୍ରତି ବିପଦ ଥିବାରୁ ମୁଁ ପୁଲିସ୍‌ ସୁରକ୍ଷା ବଳୟରେ ରାଜପ୍ରସାଦକୁ ଯାଇ ମୋ’ ଜିନିଷ ପତ୍ର ଆଣିବାକୁ ଚାହୁଁଛି। ଏଥିପାଇଁ ଆଜି ଥାନାରେ ୨ ଘଣ୍ଟା ବସିବା ପରେ ବି ପୁଲିସ୍‌ କୌଣସି ପଦକ୍ଷେପ ନେଲା ନାହିଁ। ବଲାଙ୍ଗିର ପୁଲିସ୍‌ କହୁଛି, ଡେରାଡୁନ ପୁଲିସ୍‌ ଆସି ସୁରକ୍ଷା ପ୍ରଦାନ କରୁ। ଏହି ମାମଲା ପରିଚାଳନା କରୁଥିବା ଡେରାଡୁନର ତଦନ୍ତକାରୀ ଅଧିକାରୀ ବଲାଙ୍ଗିର ଆସିବାକୁ ସେମାନେ ଅପେକ୍ଷା କରିଛନ୍ତି। ମୁଁ ଜଣେ ମହିଳା ହୋଇ ବି ପୁଲିସ୍‌ କୌଣସି ସୁରକ୍ଷା ପ୍ରଦାନ କରୁ ନ ଥିବାରୁ ନିରାଶ ହୋଇ ପଡ଼ିଛି।

Also Read

ଅଦ୍ରିଜା ଆହୁରି କହିଛନ୍ତି, ମୁଁ ରାଜନୀତିରେ କେବଳ ମୋ’ ସ୍ୱାମୀଙ୍କ ପାଇଁ ପାଦ ଦେଇଥିଲି। ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ମୋ’ ସ୍ୱାମୀଙ୍କ ପାଇଁ ପ୍ରଚାର କରିଥିଲି। ହେଲେ ଏହାପରେ ସମ୍ପର୍କରେ କାହିଁକି ଫାଟ ସୃଷ୍ଟି ହେଲା ମୁଁ କିଛି ବି ଜାଣିନି। ତେଣୁ ମୁଁ ଏଠାକୁ ରହିବାକୁ ଆସିନି। ମୁଁ କେବଳ ମୋ’ ଜିନିଷପତ୍ର ନେବାକୁ ଆସିଛି। ଉକ୍ତ ଜିନିଷପତ୍ର ଉପରେ ମୋର ସମ୍ପୂର୍ଣ୍ଣ ଅଧିକାର ଥିବା ବେଳେ ମୋତେ କିନ୍ତୁ ସେଗୁଡ଼ିକୁ ନେବାକୁ ଦିଆଯାଉନି।

ବଳାଙ୍ଗିର ରାଜାଘର କଳି ଦୀର୍ଘ ଦିନ ହେବ ଚାଲିଥିବା ବେଳେ ଏହାର ସମାଧାନ ବାଟ ଫିଟୁନି। ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଥିବା ନେଇ ଅଦ୍ରିଜା ମଞ୍ଜରୀ ଡେରାଡୁନର ଏକ ଥାନାରେ ଅଭିଯୋଗ କରିଥିଲେ। ସ୍ୱାମୀ ଅର୍କେଶ ତାଙ୍କୁ ମାଡ଼ ମାରୁଥିବା ବେଳେ ଶ୍ୱଶୁର, ଦେଢଶୁର ଓ ବଡ଼ ଯା’ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ।

ଏହି ସବୁ ଅଭିଯୋଗକୁ ଅର୍କେଶ ଖଣ୍ଡନ କରିବା ସହ ତାଙ୍କ ଡେରାଡୁନସ୍ଥିତ ଘରକୁ ଅଦ୍ରିଜା କବଜା କରି ରଖିଥିବା ଅଭିଯୋଗ କରିଥିଲେ। ଏପରିକି ଅଦ୍ରିଜାଙ୍କ ପରିବାର ଲୋକେ ତାଙ୍କୁ ଉକ୍ତ ଘରେ ପଶାଇ ଦେଉ ନ ଥିବା ବି ସେ ଡେରାଡୁନର ଏକ ଥାନାରେ ଅଭିଯୋଗ କରିଥିଲେ। ଉଭୟଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story