Advertisment

ଛାତ ଉପରେ ବୋହୂର ଅର୍ଦ୍ଧ ଦଗ୍ଧ ମୃତଦେହ, ଶାଶୁକୁ ଘୋଷାରି ପିଟିଲେ ଲୋକେ

ରାତିରେ ଖିଆପିଆ କରି ନିଜ ଛୁଆକୁ ଧରି ଶୋଇଥିଲେ ମହିଳା। ସକାଳୁ ଛୁଆ ଉଠି ମା’କୁ ଖୋଜିବା ବେଳେ ଆଉ ପାଇଲାନି ମା’ର ପତ୍ତା ।

Tension Situation

Tension Situation

Advertisment

ରାତିରେ ଖିଆପିଆ କରି ନିଜ ଛୁଆକୁ ଧରି ଶୋଇଥିଲେ ମହିଳା। ସକାଳୁ ଛୁଆ ଉଠି ମା’କୁ ଖୋଜିବା ବେଳେ ଆଉ ପାଇଲାନି ମା’ର ପତ୍ତା । ଛାତ ଉପରକୁ ଯାଇ ଯାହା ଦେଖିଲା, ନିଜ ଆଖିକୁ ବିଶ୍ୱାସ କରି ପାରିଲାନି। କାରଣ ଛାତ ଉପରେ ପଡ଼ିଥିଲା ମା’ର ଅର୍ଦ୍ଧଦଗ୍ଧ ମୃତଦେହ । ରାତିରେ ଯିଏ ମା’ କୋଳରେ ଶୋଇଥିଲେ, ସକାଳେ ସେ ମା’ ଛେଉଣ୍ଡ ହୋଇ ଯାଇଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି।

Advertisment

ଏପରି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟନଗର ଗ୍ରାମରେ ଆଜି ସକାଳୁ ଘଟିଛି। ମୃତକ ହେଲେ ହେମନ୍ତ ପରିଡାଙ୍କ ବୋହୂ ମିଲି ପରିଡ଼ା । ମିଲିଙ୍କୁ ତାଙ୍କ ଶାଶୁ, ଶ୍ୱଶୁର ହତ୍ୟା କରିଥିବା ନେଇ ଗାଁ ଲୋକେ ଅଭିଯୋଗ କରିଥିବା ବେଳେ ସଙ୍ଗେ ସଙ୍ଗେ ନ୍ୟାୟ ପ୍ରଦାନ ଜିଦ୍‌ରେ ଅଡ଼ି ବସିଛନ୍ତି। ଏପରିକି ଉତ୍ତ୍ୟକ୍ତ ଗ୍ରାମବାସୀ ମିଲିଙ୍କ ଶାଶୁଙ୍କୁ ଟଣାଓଟରା କରି ମାରପିଟ କରିଥିବା ବେଳେ ପୁଲିସ୍‌ ଗାଡ଼ି ଆଗରେ ବସି ରହିଛନ୍ତି। 

ମିଲିଙ୍କ ସ୍ୱାମୀ ବାହାରେ ରହି କାମ କରୁଥିବା ବେଳେ ଘରେ ସେ ନିଜର ୬ ବର୍ଷର ପୁଅ ଓ ୨ ବର୍ଷର ଝିଅ ତଥା ଶାଶୁ, ଶ୍ୱଶୁରଙ୍କ ସହ ରହୁଥିଲେ। ତେବେ ଶାଶୁ, ଶ୍ୱଶୁର ଓ ସ୍ୱାମୀ ସବୁବେଳେ ତାଙ୍କୁ ଅଧିକ ଯୌତୁକ ଆଣିବାକୁ ନିର୍ଯାତନା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ବହୁ ଥର ନିର୍ଯାତନା ଅସହ୍ୟ ହେବାରୁ ମିଲି ପିଲାଙ୍କୁ ଧରି ବାପ ଘରକୁ ପଳାଉଥିଲେ। ଏହାପରେ ଗାଁରେ ବୈଠକ ବସି ତାଙ୍କୁ ଶାଶୁ ଘର ଲୋକେ ଫେରାଇ ଆଣୁଥିଲେ।

Advertisment

ଗତ ରାତିରେ ମିଲି ନିଜ ରୁମ୍‌ରେ ଝିଅ ସହ ଶୋଇଥିବା ବେଳେ ତାଙ୍କ ପୁଅ ନିଜ ଜେଜେ ବାପା ଓ ଜେଜେମା’ଙ୍କ ନିକଟରେ ଶୋଇଥିଲେ। ସକାଳୁ ଝିଅ ଉଠି ମା’କୁ ଖୋଜି ନ ପାଇବାରୁ କାନ୍ଦିଥିଲା। ଏହାପରେ ଘର ଲୋକେ ଖୋଜାଖୋଜି କରି ମିଲିଙ୍କ ମୃତଦେହ ଛାତ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଏହି ଘଟଣା ପରେ ମିଲିଙ୍କ ଶ୍ୱଶୁର ଫେରାର ହୋଇ ଯାଇଥିବା ବେଳେ ତାଙ୍କ ଶାଶୁଙ୍କୁ ପୁଲିସ୍‌ ପହଞ୍ଚି ଅଟକ ରଖିଛି । ପଚରାଉଚରା ବେଳେ ଗତ ରାତିରେ ସବୁ ଠିକ୍‌ ଥିବାବେଳେ ବୋହୂ କାହିଁକି ଆତ୍ମହତ୍ୟା କରିଛି ସେ ଜାଣି ନାହାନ୍ତି ବୋଲି କହିଛନ୍ତି।

ତେବେ ଏହାକୁ ବାପ ଘର ଲୋକେ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ  ଶାଶୂ, ଶ୍ୱଶୁର ହିଁ ଆମ ଝିଅକୁ ମାରିଦେଲେ ବୋଲି ଅଭିଯୋଗ କରିଛନ୍ତି। ଏଥିସହ ଯଦି ସେ ନିଜ ଦେହରେ ନିଆଁ ଲଗାଇଲା, ସେମାନେ କ’ଣ ଚିତ୍କାର ଶୁଣି ପାରିଲେନି, କିଛି ବି ଜାଣି ପାରିଲେନି ବୋଲି ସେମାନେ ପ୍ରଶ୍ନ ପଚାରିଛନ୍ତି। ଏହାବାଦ ଜ୍ୱାଇଁ ବାହାରେ ଥିଲେ ବି ଝିଅ ହତ୍ୟା ପଛରେ ତାଙ୍କର ବି ହାତ ଥିବାରୁ ତାଙ୍କୁ ବି ଗିରଫ କରିବାକୁ ବାପ ଘର ଲୋକେ ଦାବି କରିଛନ୍ତି ।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି  ଫେରାର ହୋଇଥିବା ମିଲିଙ୍କ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖାଯାଇଥିବା ସୂଚନା ଦେଇଛି। ଏହାପରେ ମିଲିଙ୍କ ଶାଶୁଙ୍କୁ ପୁଲିସ୍‌ ଥାନାକୁ ନେଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଟାଣି ଆଣି ପ୍ରବଳ ମାରପିଟ କରିଥିଲେ। ଏପରିକି ପୁଲିସ୍‌ ଗାଡ଼ି ଆଗରେ ବସି ସଙ୍ଗେ ସଙ୍ଗେ ନ୍ୟାୟ ପ୍ରଦାନ ଜିଦ୍‌ରେ ଅଡ଼ି ବସିଛନ୍ତି।  ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। 

Murder Balasore Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe