Advertisment

ସମ୍ପତ୍ତି ପାଇଁ ମା’ ହେଲା ପର; ସୁପାରୀ କିଲର ଲଗାଇ ନେଲା ମା’ର ଜୀବନ

ସମ୍ପତ୍ତି ଲାଲସା ଆଗରେ ଝିଅ ଭୁଲିଗଲା ମା’ର ମମତା। ଯେଉଁ ମା’ ଦୁନିଆକୁ ଆଣିଥିଲା ତାକୁ ହିଁ ଦୁନିଆରୁ ବିଦା କରି ଦେଲା ନୃଶଂସ ଝିଅ।

author-image
Niharika Rout
Arrest

Arrest

ସମ୍ପତ୍ତି ଲାଲସା ଆଗରେ ଝିଅ ଭୁଲିଗଲା ମା’ର ମମତା। ଯେଉଁ ମା’ ଦୁନିଆକୁ ଆଣିଥିଲା ତାକୁ ହିଁ ଦୁନିଆରୁ ବିଦା କରି ଦେଲା ନୃଶଂସ ଝିଅ। ମା’ ଘର ଉପରେ କବଜା କରିବା ପାଇଁ ସୁପାରୀ କିଲର ଲଗାଇ କରିଦେଲା ନିର୍ମମ ହତ୍ୟା। ଏପରି ଏକ ଲୋମଟାଙ୍କୁରା ଘଟଣା ଉତ୍ତର ପୂର୍ବ ଦିଲ୍ଲୀରେ ଗତ ୨୭ ତାରିଖରେ ଘଟିଥିଲା।

Advertisment

ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତା ମହିଳା ଚିନ୍ତାମଣୀଙ୍କୁ ଗିରଫ କରିଛି। ନିଜ ମା’ଙ୍କୁ ରାସ୍ତାରୁ ହଟାଇବାକୁ ସେ ଜଣେ ନାବାଳକଙ୍କୁ ୨ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ବୋଲି ପୁଲିସ୍‌ ଆଗରେ କହିଛନ୍ତି ।

ଗତ ୨୭ ତାରିଖରେ ଦୟାଲପୁର ଅଞ୍ଚଳରେ ରହୁଥିବା ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିବା ପୁଲିସ୍‌କୁ ସୂଚନା ମିଳିଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହରେ କ୍ଷତ ଥିବା ବେଳେ କିଏ ନିର୍ମମ ଭାବେ ହତ୍ୟା କରିଥିବା ଅନୁମାନ କରିଥିଲା । ପ୍ରାରମ୍ଭିକ ତଦନ୍ତରୁ ଲୁଟପାଟ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇ ନ ଥିବା ସ୍ପଷ୍ଟ ହେଲା।

Advertisment

ଏହାପରେ ପୁଲିସ୍‌ ଆଖପାଖର ସିସିଟିଭି ଯାଞ୍ଚ କରି ଘଟଣା ପୂର୍ବରୁ ଜଣେ ନାବାଳକ ବୃଦ୍ଧାଙ୍କ ଘର ସମ୍ମୁଖରେ ଏପଟସେପଟ ହେଉଥିବା ସହ ଘରେ ପ୍ରବେଶ କରିଥିବା ଦେଖିବାକୁ ପାଇଲା। ଏହାପରେ ପୁଲିସ୍‌ ଉକ୍ତ ନାବାଳକଙ୍କୁ ଉଠାଇ ଆଣି ପଚରାଉଚରା କଲା।

ନାବାଳକ ଜଣେ ମେକାନିକ୍‌ ହୋଇଥିବା ବେଳେ ୨ ଲକ୍ଷ ଟଙ୍କା ଲୋଭରେ ବୃଦ୍ଧାଙ୍କ ହତ୍ୟା କରିଥିବା ପୁଲିସ୍‌ ସମ୍ମୁଖରେ ସ୍ୱୀକାର କଲେ। ଏଥିନିମନ୍ତେ ତାଙ୍କୁ ବୃଦ୍ଧାଙ୍କ ଝିଅ ସୁପାରୀ ଦେଇଥିବା ସେ ପୁଲିସ୍‌ ସମ୍ମୁଖରେ କହିଲେ।

ଏହାପରେ ପୁଲିସ୍‌ ବୃଦ୍ଧାଙ୍କ ଝିଅ ଚିନ୍ତାମଣୀଙ୍କୁ ଉଠାଇ ଆଣି ପଚରାଉଚରା କରିବାରୁ ସେ ମା’ଙ୍କ ଘର ହାତେଇବାକୁ ଏପରି କାଣ୍ଡ ଘଟାଇଥିବା ମାନିଲେ। ତାଙ୍କ ମା’ ଘରେ ଏକୁଟିଆ ରହୁଥିବା ବେଳେ ଏକ ଦୋକାନ କରି ନିଜ ଗୁଜରାଣ ମେଣ୍ଟାଉଥିଲେ। ମା’ଙ୍କ ମୃତ୍ୟୁ ପରେ ସେ ଉକ୍ତ ଘରକୁ ବିକି ଅନ୍ୟତ୍ର ଏକ ବଡ଼ ଘର କିଣିବାକୁ ଯୋଜନା କରିଥିଲେ। ତେଣୁ ତାଙ୍କୁ ହତ୍ୟା କରିଦେଲେ ଘର ନିଜର ହୋଇଯିବ ଭାବି ସେ ଏପରି ଚରମ ପଦକ୍ଷେପ ନେଇଥିବା କହିଥିଲେ।

ଏଥିରେ ମହିଳାଙ୍କୁ ଜଣେ ପ୍ରପର୍ଟି ଡିଲର ସହଯୋଗ କରିଥିଲେ। ପୁଲିସ୍‌ ମହିଳାଙ୍କ ସମେତ ପ୍ରପର୍ଟି ଡିଲରଙ୍କୁ ବାନ୍ଧିଥିବା ବେଳେ ନାବାଳକଙ୍କୁ ବାଳ ସ୍ୱଧାର ଗୃହକୁ ପଠାଇ ଦେଇଛି।

Murder Delhi