Advertisment

ଦାଉଦ ଇବ୍ରାହିମର ସମ୍ପର୍କୀୟଙ୍କୁ ଗୁଳି ମାଡ଼

ନିହାଲ ଖାନଙ୍କ ଘର ମୁମ୍ବାଇରେ। ସେ ଏଠାକୁ ତାଙ୍କ ପୁତୁରାଙ୍କ ବାହାଘର ଭୋଜି ପାଇଁ ଆସିଥିଲେ।

author-image
Hemant Lenka
Dawood

Dawood

ଅଣ୍ଡର ୱାର୍ଲଡ ଡନ୍‌ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ଜଣେ ସମ୍ପର୍କୀୟଙ୍କୁ ଗୁଳିମାଡ଼ ହୋଇଛି। ଉତ୍ତର ପ୍ରଦେଶର ଜଲାଲାବାଦ ଠାରେ ୩୫ ବର୍ଷୀୟ ନିହାଲ ଖାନ ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି।

Advertisment

ନିହାଲ ଖାନଙ୍କ ଘର ମୁମ୍ବାଇରେ। ସେ ଏଠାକୁ ତାଙ୍କ ପୁତୁରାଙ୍କ ବାହାଘର ଭୋଜି ପାଇଁ ଆସିଥିଲେ। ଭୋଜିରେ ଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନିହାଲ ଖାନ ହେଉଛନ୍ତି ପଳାତକ ଘୋଷିତ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରର ଶାଳକ। ଜଲାଲାବାଦର ଅଧ୍ୟକ୍ଷ ଶକୀଲ ଖାନଙ୍କର ଭିଣୋଇ ହେଉଛନ୍ତି ନିହାଲ। ତାଙ୍କୁ କିଏ ଓ କାହିଁକି ଗୁଳିମାଡ଼ କରିଛନ୍ତି, ସେକଥା ଏଯାଏ ପୁଲିସ୍‌ ଜାଣିବାକୁ ପାଇନାହିଁ।

Advertisment

୨୦୧୬ରେ ଶକୀଲଙ୍କ ଜଣେ ସମ୍ପର୍କୀୟଙ୍କ ମହିଳାଙ୍କୁ ନିହାଲ ଉଠାଇ ନେଇ ବିବାହ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଦୁଇ ପକ୍ଷ ମଧ୍ୟରେ ବୁଝାମଣା ହୋଇଥିଲା। ନିହାଲ ଫେବୃଆରୀ ୧୫ରେ ବିମାନ ମିସ୍‌ କରିବାରୁ ସଡ଼କ ପଥରେ ଏଠାକୁ ଆସିଥିଲେ। କିନ୍ତୁ ୨୦୧୬ ଘଟଣା ପାଇଁ ଶକୀଲଙ୍କ ଭାଇ କମିଲ ତାଙ୍କୁ କ୍ଷମା ଦେଇ ନଥିଲେ। ସମ୍ଭବତଃ ଏବେ ସେ ନିହାଲଙ୍କୁ ଏଠାରେ ପାଇ ଗୁଳି କରିଥିବା କୁହାଯାଉଛି।

Dawood Ibrahim