Advertisment

ନିଟ୍‌ ରେଜଲ୍ଟ ବାହାରିବା ପରେ ଉଜୁଡ଼ିଗଲା ସଂସାର, ପୁଅ ପରେ ବାପା ବି ଝୁଲି ପଡ଼ିଲେ

ପୁଅର ମୃତ୍ୟୁ ଶକ୍ତ ଧକ୍କା ଦେଇଥିବା ବେଳେ ବାପା ବି ନେଇଥିଲେ ଚରମ ନିଷ୍ପତ୍ତି।

ଅଦ୍ୟତନ ହୋଇଛି
Suicide Case

Suicide Case

Advertisment

ନିଟ୍‌ (NEET)ରେ କୃତକାର୍ଯ୍ୟ ହୋଇ ନ ପାରିବାରୁ ଝୁଲି ପଡ଼ିଲେ ପୁଅ। ଆଉ ପୁଅର ମୃତ୍ୟୁ ଖବରକୁ ସହ୍ୟ କରି ନ ପାରି ତା’ ପର ଦିନ ବାପା ବି ନେଲେ ଚରମ ପଦକ୍ଷେପ । ଫଳରେ ନିଟ୍‌ ରେଜଲ୍ଟକୁ ନେଇ ହଠାତ୍‌ ଏକ ପରିବାର ଉପରେ କଳା ବାଦଲ ଘୋଟି ଯାଇଛି। ବାପପୁଅଙ୍କ ଏପରି ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଘଟଣା ଘଟିଛି ଚେନ୍ନାଇରେ। 

Advertisment

ମୃତ ଛାତ୍ରଙ୍କ ନାଁ ଜଗଦିସ୍ୱରନ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଚେନ୍ନାଇରେ ନିଟ୍‌ ପାଇଁ ପ୍ରସ୍ତୁତି ଚଳାଇଥିଲେ। ମାତ୍ର ଦୁଇ ଥର ଚେଷ୍ଟା କରି ମଧ୍ୟ ସେ ସଫଳ ହୋଇ ପାରି ନ ଥିଲେ। ଗତ ଶନିବାର ସେ ପରିବାର ଲୋକଙ୍କ ଫୋନ ଉଠାଇ ନ ଥିଲେ। ସେ ନିଜ ରୁମ୍‌ରେ ଆତ୍ମହତ୍ୟା କରିଥିଲେ। ତାଙ୍କ ସହପାଠୀମାନେ ଏ ସଂପର୍କରେ ସୂଚନା ଦେଇଥିଲେ। ଜଗଦିସ୍ୱରନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। 

ଜଗଦିସ୍ୱରନଙ୍କ ମୃତ୍ୟୁ ତାଙ୍କ ବାପାଙ୍କୁ ଶକ୍ତ ଧକ୍କା ଦେଇଥିଲା। ସେ ଏହାକୁ ସହଜେ ଗ୍ରହଣ କରି ପାରି ନ ଥିଲେ ଓ ନେଇଥିଲେ ଚରମ ପଦକ୍ଷେପ। ରବିବାର ସକାଳେ ଘରୁ ମିଳିଥିଲା ତାଙ୍କ ଝୁଲନ୍ତା ମୃତଦେହ।

Advertisment

ଗୋଟିଏ ଦିନ ବ୍ୟବଧାନରେ ବାପପୁଅଙ୍କ ଆତ୍ମହତ୍ୟା ଖବର ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏପରିକି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ସେ ନିଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ପିଲାଙ୍କୁ କଠିନ ପରିଶ୍ରମ କରିବା ସହ ନିଜ ଉପରେ ବିଶ୍ୱାସ ରଖିବାକୁ କହିଛନ୍ତି। ପରୀକ୍ଷା ଫଳାଫଳରେ ବିଚଳିତ ନ ହେବାକୁ ସେ ପରାମର୍ଶ ଦେବା ସହିତ କୌଣସି ଚରମ ପଦକ୍ଷେପ ନ ନେବାକୁ କହିଛନ୍ତି। 

ନିଟ୍‌ ରେଜଲ୍ଟ ବାହାରିବା ପରେ ବହୁ ଛାତ୍ରଛାତ୍ରୀ ନିରାଶ ହୋଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ଗ୍ରହଣ କରୁଥିବାରୁ ଖୁବ୍‌ ଚିନ୍ତାବ୍ୟକ୍ତ କରିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ। ସେ କହିଛନ୍ତି, ନିଟ୍‌ ପରୀକ୍ଷାକୁ ରଦ୍ଦ କରାଯିବ । ଏ ଦିଗରେ ଥିବା ଆଇନଗତ ପ୍ରତିବନ୍ଧକକୁ ହଟାଇବାକୁ ରାଜ୍ୟ ସରକାର ଖୁବ ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି। ତେଣୁ ଛାତ୍ରଛାତ୍ରୀମାନେ ଏପରି ଚରମ ପଦକ୍ଷେପ ନିଅନ୍ତୁ ନାହିଁ। ଦେଶର ଶାସନ କ୍ଷମତାରେ ପରିବର୍ତ୍ତନ ହେଲେ ନିଟ୍‌ ପରୀକ୍ଷା ବ୍ୟବସ୍ଥାକୁ ଉଚ୍ଛେଦ କରାଯିବ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe