Advertisment

ବିମାନ ଯାତ୍ରୀଙ୍କ ସୁଟକେଶ୍‌ରୁ ବାହାରିଲା ମଲା କଙ୍ଗାରୁ ଛୁଆ ; ପୁଳା ପୁଳା ସାପ, କଇଁଛ ବି ଥିଲେ

ସୁଟକେଶ ଭିତରେ ଏକ ପ୍ଲାଷ୍ଟିକ ବ୍ୟାଗରେ ମାସକର କଙ୍ଗାରୁ ଛୁଆକୁ ଭର୍ତ୍ତି କରାଯାଇଥିଲା। ପୁଣି ଯାଞ୍ଚ କରାଯିବାରୁ ତାଙ୍କ ବ୍ୟାଗରୁ କଇଁଛ, ସାପ ଓ ବିଭିନ୍ନ ଜାତିର ସରିସୃପ ବି ବାହାରିଲେ।

kangaroo

kangaroo

Advertisment

ଯାତ୍ରୀଙ୍କ ସୁଟକେଶ୍‌ରେ ଜିନିଷ ବଦଳରେ ଭର୍ତ୍ତି ହୋଇଥିଲା ପୁଳା ପୁଳା ସରିସୃପ ସମେତ ମାସକର କଙ୍ଗାରୁ । ଉକ୍ତ ଜୀବଜନ୍ତୁଙ୍କୁ ବିମାନରେ ବ୍ୟାଙ୍କକରୁ ବାଙ୍ଗାଲୁରୁ ଆଣିଥିଲେ ଯାତ୍ରୀ। ମାତ୍ର ବାଙ୍ଗାଲୁରୁରେ ଯାଞ୍ଚ ଅଧିକାରୀଙ୍କ ଆଖିରୁ ସେ ଖସି ପାରିଲେନି। ଆଉ ତାଙ୍କ ସୁଟକେଶ୍‌ରୁ ଯାହା ବାହାରିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସବୁଠୁ ଦୁଃଖର ବିଷୟ, ସୁଟକେଶ୍‌ରେ ଥିବା ମାସକର କଙ୍ଗାରୁ ଛୁଆଟି ଅଣନିଶ୍ୱାସୀ ହୋଇ ଆଖି ବୁଜି ସାରିଥିଲା।

Advertisment

ଏପରି ଏକ ଘଟଣା ଗତ ସୋମବାର ରାତିରେ ବାଙ୍ଗାଲୁରୁ ଏୟାରପୋର୍ଟରେ ଦେଖିବାକୁ ମିଳିଛି। ଏହା ପଛରେ ଜୀବଜନ୍ତୁ ଚାଲାଣ ରାକେଟ ଥିବା ଅନୁମାନ କରାଯାଉଛି।

ଗତ ସୋମବାର ରାତିରେ ବ୍ୟାଙ୍କକ୍‌ରୁ ଏକ ଫ୍ଲାଇଟ୍‌ ଆସି ବାଙ୍ଗାଲୁରୁରେ ପହଞ୍ଚିଥିଲା। ଉକ୍ତ ଫ୍ଲାଇଟ୍‌ରେ ତାମିଲନାଡ଼ୁର ଜଣେ ୩୨ ବର୍ଷୀୟ ଯୁବକ ବି ଥିଲେ। କଷ୍ଟମ ଅଧିକାରୀମାନେ ଉକ୍ତ ଯୁବକଙ୍କ ସୁଟକେଶ ଯାଞ୍ଚ ବେଳେ ଯାହା ଦେଖିଲେ ଚକିତ ରହିଗଲେ।

Advertisment

ସୁଟକେଶ ଭିତରେ ଏକ ପ୍ଲାଷ୍ଟିକ ବ୍ୟାଗରେ ମାସକର କଙ୍ଗାରୁ ଛୁଆକୁ ଭର୍ତ୍ତି କରାଯାଇଥିଲା। ମାତ୍ର କଷ୍ଟମ ଅଧିକାରୀ ଉଦ୍ଧାର କରିବା ବେଳକୁ ଅଣ ନିଶ୍ୱାସୀ ହୋଇ କଙ୍ଗାରୁଟି ଆଖି ବୁଜି ସାରିଥିଲା। ଏହାପରେ ପୁଣି ଯାଞ୍ଚ କରାଯିବାରୁ ତାଙ୍କ ବ୍ୟାଗରୁ କଇଁଛ, ସାପ ଓ ବିଭିନ୍ନ ଜାତିର ସରିସୃପ ବି ବାହାରିଲେ।

ଏନେଇ ପଚରାଉଚରା କରାଯିବାରୁ ଯୁବକଜଣକ ତାଙ୍କ ସୁଟକେଶ୍‌ରେ ଜୀବଜନ୍ତୁ ଥିବା କଥା ଜାଣି ନ ଥିବା କହିଛନ୍ତି। ତାଙ୍କୁ ବ୍ୟାଙ୍କକ୍‌ ଏୟାରପୋର୍ଟରେ ଉକ୍ତ ସୁଟକେଶ ଦିଆଯାଇଥିବା ବେଳେ ବାଙ୍ଗାଲୁରୁ ନେବାକୁ କୁହାଯାଇଥିଲା। ମାତ୍ର ତଦନ୍ତକାରୀ ଅଧିକାରୀ ଯୁବକଙ୍କ ଉତ୍ତରରେ ସନ୍ତୁଷ୍ଟ ନ ଥିବା ବେଳେ ଅଧିକ ତନାଘନା ଚଳାଇଥିବା ଜଣାଯାଇଛି।

Raid Bengaluru Animal Smuggling
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe