Advertisment

କୁକୁଡ଼ା ଫାର୍ମରୁ ମିଳିଲା ମୃତଦେହ

ନରେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ନା, ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Fram

Fram

କୁକୁଡ଼ା ଫାର୍ମରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ। ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ରେଙ୍ଗାଲି ଗାଁର ନରେନ୍ଦ୍ର ବାଗ।

Advertisment

ରେଙ୍ଗାଲି ଗାଁରେ କୃଷ୍ଣ ପ୍ରଧାନଙ୍କ କୁକୁଡ଼ା ଫାର୍ମ ଅଛି। ଦୀର୍ଘ ଦିନ ହେଲା ଏହି ଫାର୍ମରେ ନରେନ୍ଦ୍ର କାମ କରୁଥିଲେ। ଗତକାଲି ଫାର୍ମ ଭିତରୁ ନରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ମୁରିବାହାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ନରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ନରେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ନା, ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ଶରୀର ଅସୁସ୍ଥ ଥିବା ଯୋଗୁ ନରେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ସମ୍ପର୍କୀୟ କହିଥିବା ବେଳେ ଏ ସମ୍ପର୍କରେ ମୁରିବାହାଲ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

Advertisment
Bolangiri