କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ମୁଣ୍ଡିଆସାହି କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ବାସୁଦେବପୁର ଗ୍ରାମର ୩୮ ବର୍ଷୀୟ କେଶରୀ ପ୍ରଧାନ।
ଆଜି ସକାଳେ କେଶରୀଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ କାଜୁ ଜଙ୍ଗଲରେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ତିଗିରିଆ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
କେଶରୀଙ୍କ ମୁତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଅନଲାଇନ୍ ଗେମ୍ ଖେଳକୁ ନେଇ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ପ୍ରଶାସନ ଓ ପୁଲିସକୁ ଖୋଲା ଚ୍ୟାଲେଞ୍ଜ
ଶ୍ରୀମନ୍ଦିର ଉପରେ ପ୍ରାୟ ଅଧଘଣ୍ଟା ଧରି ଡ୍ରୋନ୍ ଉଡ଼ିଲା, ଆଉ ଲୋକେ ଏସବୁକୁ ଦେଖିପାରିଲେ। ହେଲେ ନା ପୁଲିସ୍ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ କେହି ଏସମ୍ପର୍କରେ ଟିକିଏ ବି ଟେର ପାଇଲେନି।
Crime
ବ୍ରାଉନ୍ସୁଗର ଟଙ୍କାରେ ଅୟସ୍ କରୁଥିଲେ ଦୁଇ ଭାଇ!
ସହରାଞ୍ଚଳ ଥାନା ଅଧୀନ ଚରମ୍ପା ବରାଳ ପୋଖରୀ ଗାଁର କାହ୍ନୁ ଚରଣ ନାୟକ ଓ କାଳନ୍ଦୀ ନାୟକ। ଉଭୟ ପେସାରେ ବ୍ରାଉନ୍ସୁଗର ବେପାରୀ। ଏମାନେ ନିୟମିତ ବ୍ରାଉନ୍ସୁଗର ଆଣି ଭଦ୍ରକ ଟାଉନ୍ ଓ ଆଖପାଖ ଅଞ୍ଚଳକୁ ଚାଲାଣ କରନ୍ତି।
Crime
ଦୁର୍ଘଟଣାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼; ଆସିଲା ହତ୍ୟା ଅଭିଯୋଗ, ଥରେ ନୁହେଁ କାରକୁ ୩ ଥର ପିଟିଥିଲା ହାଇୱା
ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଛି।
Crime
ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ। କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।
Crime
ଲୁଟେରାଙ୍କ ଗୁଳିରେ ୨ ମୃତ; ଗୋଡ଼ାଇ ଗୋଡ଼ାଇ ଗାଡ଼ିଆରେ ମାଡ଼ି ବସିଲେ ଲୋକେ
ଲୁଟ୍ କରିବା ପରେ ଦୋକାନକୁ ଗହଣା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍ ଧରି ଚମ୍ପଟ ମାରୁଥିଲେ ୩ ଦୁର୍ବୃତ୍ତ। ଆଉ ସେମାନଙ୍କୁ କାର୍ରେ ପିଛା କରିଥିଲେ ଗହଣା ଦୋକାନର କର୍ମଚାରୀ ସୁନୀଲ୍ ରାୟ ଓ ତାଙ୍କ ସାଥୀ।