Advertisment

ଅନଲାଇନ୍ ଗେମ୍ ଯୋଗୁ ଯୁବକଙ୍କ ଆତ୍ମହତ୍ୟା!

ଆଜି ସକାଳେ କେଶରୀଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ କାଜୁ ଜଙ୍ଗଲରେ ଦେଖିଥିଲେ

DeadBody

DeadBody

Advertisment

କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ମୁଣ୍ଡିଆସାହି କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ବାସୁଦେବପୁର ଗ୍ରାମର ୩୮ ବର୍ଷୀୟ କେଶରୀ ପ୍ରଧାନ। 

Advertisment

ଆଜି ସକାଳେ କେଶରୀଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ କାଜୁ ଜଙ୍ଗଲରେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ତିଗିରିଆ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

କେଶରୀଙ୍କ ମୁତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଅନଲାଇନ୍ ଗେମ୍ ଖେଳକୁ ନେଇ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe