Advertisment

ଘରୁ ବାହାରୁଥିଲା ଦୁର୍ଗନ୍ଧ; ଭିତରୁ ବାହାରିଲା ବାପା, ମା’ ଝିଅଙ୍କ ଝୁଲନ୍ତା ମୃତଦେହ

ଏକ ସଙ୍ଗେ ଘରୁ ଉଦ୍ଧାର ହେଲା ୩ ଝୁଲନ୍ତା ମୃତଦେହ । ମୃତକମାନେ ବାପା, ମା’ ଓ ନାବାଳିକା ଝିଅ ବୋଲି ଜଣାଯାଇଛି।

undefined

Deadbody

Advertisment

ଏକ ସଙ୍ଗେ ଘରୁ ଉଦ୍ଧାର ହେଲା ୩ ଝୁଲନ୍ତା ମୃତଦେହ । ମୃତକମାନେ ବାପା, ମା’ ଓ ନାବାଳିକା ଝିଅ ବୋଲି ଜଣାଯାଇଛି। ତେବେ ଏପରି ମୃତ୍ୟୁ ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରିନି।

Advertisment

ଏପରି ଏକ ଦୁଃଖଦ ଘଟଣା ଛତିଶଗଡ଼ର ରାଜଧାନୀ ରାୟପୁରରେ ଘଟିଛି। ମୃତକମାନେ ହେଲେ ୪୮ ବର୍ଷୀୟ ଲଖନଲାଲ ସେନ, ତାଙ୍କ ପତ୍ନୀ ୪୨ ବର୍ଷୀୟା ରାନୁ ସେନ ଓ ୧୪ ବର୍ଷୀୟା ଝିଅ ପଲକ ।

ଲଖନଲାଲଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିବାରୁ ପଡ଼ୋଶୀମାନେ ସନ୍ଦେହରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ କବାଟ ଭାଙ୍ଗି ଘରେ ପଶି ଯାହା ଦେଖିଲା ଚକିତ ହୋଇ ଯାଇଥିଲା। ଘରେ ବାପା, ମା’ ଓ ଝିଅଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ପୁଲିସ୍‌ ଦେଖିବାକୁ ପାଇଥିଲା। ତେବେ ସେମାନେ ପ୍ରାୟ ୨ ଦିନ ହେବ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

Advertisment

ପୁଲିସ୍‌ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଛି। ଲଖନଲାଲ ଜଣେ ବ୍ୟବସାୟୀଙ୍କ ନିକଟରେ ଚାକିରି କରିଥିବା ବେଳେ ହସଖୁସିରେ ତାଙ୍କ ପରିବାର ଚାଲିଥିଲା।

ତେବେ ଆତ୍ମହତ୍ୟାର କାରଣ କ’ଣ, କ’ଣ ପାଇଁ ସମଗ୍ର ପରିବାର ଏପରି ଚରମ ପଦକ୍ଷେପ ନେବାକୁ ପଛାଇଲେ ନାହିଁ ତାହା ଉପରୁ ପରଦା ହଟିନି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Family Dead Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe