Advertisment

ଘର ବାହାରେ ଝୁଲି ରହିଥିଲେ ବାପା, ଭିତରେ ପଡ଼ିଥିଲା ମା’ପୁଅଙ୍କ ମୃତଦେହ

ଘରର ୪ ଜଣ ସଦସ୍ୟଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।

Police

Police

Advertisment

କେନ୍ଦ୍ରାପଡ଼ା ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗର ଗାଁରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।

Advertisment

ମୃତକମାନେ ହେଉଛନ୍ତି ଗାଁର ଦାମ ମଣ୍ଡଳ, ତାଙ୍କ ପତ୍ନୀ ଜୟନ୍ତୀ ମଣ୍ଡଳ ଓ ୨୫ ବର୍ଷୀୟ ପୁଅ ପରୀକ୍ଷିତ ମଣ୍ଡଳ। ଆଜି ସକାଳେ ଦାମ ମଣ୍ଡଳଙ୍କ ମୃତଦେହ ଘର ବାହାରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ମା’ ପୁଅଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା।

ଦାମ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଦେଖିବା ପରେ ଗାଁ ଲୋକେ ପୁଲିସ୍‌କୁ ଖବର ଦେବା ସହ ତାଙ୍କ ଘର ଲୋକଙ୍କୁ ଡାକିଥିଲେ। କିନ୍ତୁ ଘର ଭିତରୁ କୌଣସି ପ୍ରତିକ୍ରିୟା ଆସି ନଥିଲା। ପୁଲିସ୍ ଆସି କବାଟ ବାଡ଼େଇବା ସତ୍ତ୍ୱେ କହି ଖୋଲି ନଥିଲେ। ଫଳରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ପୁଲିସ କବାଟ ଭାଙ୍ଗି ଘର ଭିତରେ ପଶିଥିଲା। ଘରେ ଜୟନ୍ତୀ ମଣ୍ଡଳ ଓ ପରୀକ୍ଷିତ ମଣ୍ଡଳଙ୍କ ମୃତଦେହ ପଡ଼ିଥିଲା।

Advertisment

କୁହାଯାଉଛି, ପାରିବାରିକ କଳହକୁ ନେଇ ଏହି ତିନି ଜଣ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ସ୍ପଷ୍ଟ ଭାବେ କିଛି ଜଣାପଡ଼ିନି। ସେମାନେ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ଦାମ ମଣ୍ଡଳଙ୍କର ଆଉ ଜଣେ ପୁଅ ଅଛନ୍ତି। ସେ ତାଙ୍କ ମାମୁ ଘରେ ରହନ୍ତି। ଘରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା ନା ନାହିଁ, ସେ ବିଷୟରେ ହୁଏତ ସେ କିଛି କହିପାରନ୍ତି।

ପଟ୍ଟାମୁଣ୍ଡାଇ ଏସ୍‌ଡିପି କ୍ଷମା ସାଗର ପଣ୍ଡା କହିଛନ୍ତି ଯେ ତଦନ୍ତ ପରେ ଏହି ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe