Advertisment

ଅର୍ଦ୍ଧନିର୍ମିତ ବିଲଡିଂରୁ ମିଳିଲା ୨୦ ବର୍ଷୀୟ ଯୁବକଙ୍କ ମୃତଦେହ

ମୃତ ଯୁବକ ଜଣଙ୍କ ହେଲେ ଫୁଲବାଣୀ ଅଞ୍ଚଳର ସୁଦାମ ଗୌଡ଼। ତାଙ୍କ ବୟସ ୨୦ ବର୍ଷ।

ଅଦ୍ୟତନ ହୋଇଛି
Dead Body

Dead Body

Advertisment

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ଛକ ନିକଟରେ ଥିବା ଗୋଟିଏ ଅର୍ଦ୍ଧନିର୍ମିତ ବିଲଡିଂରୁ ମିଳିଛି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ। ମୃତ୍ୟୁର କାରଣ ଜଣାପଡ଼ି ନଥିଲେ ହେଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

Advertisment

ମୃତ ଯୁବକ ଜଣଙ୍କ ହେଲେ ଫୁଲବାଣୀ ଅଞ୍ଚଳର ସୁଦାମ ଗୌଡ଼। ତାଙ୍କ ବୟସ ୨୦ ବର୍ଷ। ମଙ୍ଗଳବାର ସୁଦାମଙ୍କ ଭଣଜାର ଦେହ ଅସୁସ୍ଥ ଥିଲା। ଏହାର ଖବର ପାଇ ସୁଦାମ ନିଜ ଭଉଣୀଙ୍କ ସହ ମିଶି ଭଣଜାକୁ ବଡ଼କୋଦଣ୍ଡା ଛକ ନିକଟରେ ଥିବା ଘରୋଇ କ୍ଲିନିକକୁ ନେଇଥିଲେ।

ଭଉଣୀ ଓ ଭଣଜା ଡାକ୍ତରଙ୍କୁ ଦେଖା କରିବାକୁ ଭିତରକୁ ଯାଇଥିବେ ବେଳେ ସୁଦାମ ବାହାରେ ରହିଥିଲେ। ତେବେ ସେମାନେ ଡାକ୍ତରଙ୍କ ପରାମର୍ଶ କରି ବାହାରକୁ ଆସିଲା ବେଳକୁ ସୁଦାମ ଆଉ ସେଠାରେ ନଥିଲେ।

Advertisment

ଭଉଣୀ ବ୍ୟସ୍ତ ହୋଇ ତାଙ୍କୁ ଫୋନ କରିଥିଲେ। ହେଲେ ତାଙ୍କ ନମ୍ବରରେ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ବହୁ ଖୋଜାଖୋଜି କରିବା ଭଉଣୀ ନିରାଶ ହୋଇ ଘରକୁ ଫେରି ଥିଲେ। ରାତି ତମାମ ପରିବାର ଲୋକ ଚିନ୍ତାରେ ଥିବା ବେଳେ ଆଜି ସେମାନଙ୍କୁ ଦୁଃଖ ଖବର ମିଳିଛି।

ଆଜି ସକାଳୁ ବଡ଼ କୋଦଣ୍ଡା ଛକରେ ତିଆରି ଚାଲିଥିବା ବିଲଡିଂର ମାଲିକ ଆସିଥିଲେ। ସେ ବିଲଡିଂର କାମ ଯାଞ୍ଚ କରୁଥିବା ବେଳେ ହଠାତ୍‌ ଗୋଟିଏ ରୁମରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।

ଏଥିରେ ଆଶ୍ଚର୍ଯ୍ୟ ହୋଇ ସେ ତୁରନ୍ତ ଭଞ୍ଜନଗର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଏହାପରେ ମୃତକ ଜଣଙ୍କ ୨୦ ବର୍ଷୀୟ ସୁଦାମ ବୋଲି ପୁଲିସ ସ୍ପଷ୍ଟ କରିଛି।

ତେବେ କେଉଁ ପରିସ୍ଥିତିରେ ସୁଦାମଙ୍କ ଜୀବନ ଗଲା, ସେକଥା ଜଣାପଡ଼ିନି। ପୁଲିସ୍‌ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Odisha Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe