DeadBody
ଘର ଭିତରୁ ଅଧପୋଡ଼ା ଅବସ୍ଥାରେ ଚା’ ଦୋକାନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋରାପୁଟ ଜିଲ୍ଲା ଜୟପୁର ପୁରୁଣା ମେଡିକାଲ ଛକରେ ଏହି ଘଟଣା ଘଟିଛି। ମୃତ ଚା’ ଦୋକାନୀ ଜଣଙ୍କ ହେଲେ ତାମ୍ବି ଆୟାର। ତାଙ୍କୁ ହତ୍ୟା ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
Advertisment
ଜୟପୁର ପୁରୁଣା ମେଡିକାଲ ଛକର ତାମ୍ବିଙ୍କ ଚା’ ଦୋକାନ ଥିଲା। ଏକ ସପ୍ତାହ ହେଲା ଏହି ଚା’ ଦୋକାନ ବନ୍ଦ ଥିଲା। ଏହାସହ ତାମ୍ବିଙ୍କର କୌଣସି ଦେଖା ମିଳୁନଥିଲା। ଗତକାଲି ତମ୍ବି ରହୁଥିବା ପାର୍କଲାଇନ ସ୍ଥିତ ସାତଭଉଣୀ ମନ୍ଦିର ଗଳି ଘରୁ ଦୁର୍ଗନ୍ଧ ବାହାରିଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ପୁଲିସ କବାଟ ତାଡ଼ି ଅଧପୋଡ଼ା ଅବସ୍ଥାରେ ତାମ୍ବିଙ୍କ ମୃତଦେହ ଉଦ୍ଧାର କରିଥିଲା। ପୁଲିସ ମୃତଦେକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ତାମ୍ବିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଖୋଳତାଡ଼ ଆରମ୍ଭ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
