Advertisment

ବିଧାୟକଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ, କ୍ୱାର୍ଟର୍ସରୁ ମିଳିଲା ମୃତଦେହ

ଏକ ବର୍ଷ ହେବ ବିଧାୟକଙ୍କ ଝିଆରୀ ଓ ତାଙ୍କ ଭାଇ ବିଧାୟକ କ୍ୱାର୍ଟର୍ସରୁ ରହୁଥିଲେ।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ଜଣେ ବିଧାୟକଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ବିଧାୟକଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଯୁକ୍ତ ଦୁଇ କଳାର ଛାତ୍ରୀ ଥିଲେ। ସେ ମୟୂରଭଞ୍ଜ ଜିଲ୍ଲାର ଜଣେ ବିଧାୟକଙ୍କ ଝିଆରୀ ହୋଇଥିବା ସୂଚନା ମିଳିଛି।

Advertisment

ଶନିବାର ବିଧାୟକଙ୍କ ଝିଆରୀ ପାଠପଢ଼ା ସାରି ଖାଇପିଇ ନିଜ ରୁମ୍‌ରେ ଶୋଇଥିଲେ। ରବିବାର ସକାଳେ କବାଟ ନ ଖୋଲିବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ଏନେଇ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ତାଡ଼ି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ଓ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଏହା ଏକ ଆତ୍ମହତ୍ୟା ବୋଲି କୁହାଯାଉଛି। ତେବେ କେଉଁ କାରଣ ପାଇଁ ବିଧାୟକ ଝିଆରୀ ଏମିତି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ି ନାହିଁ। ସେ ବର୍ଷେ ହେବ ତାଙ୍କ ଭାଇଙ୍କ ସହିତ ଆସି ଏଠାରେ ରହୁଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Bhubaneswar Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe