Advertisment

ସରକାରୀ କ୍ୱାର୍ଟର୍ସରୁ ରାଜସ୍ୱ ସହାୟିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁଲିସ ଘଟଣାର ତଦନ୍ତ କରିବା ସହ ସନ୍ଧ୍ୟାରାଣୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
sandhya Rani Nayak

sandhya Rani Nayak

ରାଜସ୍ୱ ସହାୟିକା ମୃତଦେହ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ଥିତ ସରକାରୀ କ୍ୱାର୍ଟର୍ସରେ। ମୃତ ରାଜସ୍ୱ ସହାୟିକା ଜଣଙ୍କ ହେଲେ ସନ୍ଧ୍ୟାରାଣୀ ନାୟକ। ସନ୍ଧ୍ୟାରାଣୀ ଦୁଇ ବର୍ଷ ହେଲା ବରିଷ୍ଠ ରାଜସ୍ୱ ସହାୟିକା ଭାବେ କାର୍ଯ୍ୟ କରୁଥିଲେ।

Advertisment

ସନ୍ଧ୍ୟାରାଣୀ ବ୍ଲକ ପରିସରରେ ଥିବା ସରକାରୀ କୋଠାରେ ରହୁଥିଲେ। ଦଶହରା ଛୁଟିରେ ସମସ୍ତ କର୍ମଚାରୀ ଛୁଟିରେ ଘରକୁ ଯାଇଥିଲେ। ହେଲେ ସନ୍ଧ୍ୟାରାଣୀ ଘରକୁ ନ ଯାଇ ନିଜ କ୍ୱାର୍ଟର୍ସରେ ରହିଥିଲେ। ସମସ୍ତ କର୍ମଚାରୀ ଛୁଟି ସାରି ପୁଣି କ୍ୱାର୍ଟର୍ସକୁ ଫେରିଥିଲେ। ଗତକାଲି ଜଣେ କର୍ମଚାରୀ ସନ୍ଧ୍ୟାରାଣୀଙ୍କ ଘର କବାଟ ପାଖରୁ ଦୃର୍ଗନ୍ଧ ବାହାରୁଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ତାଙ୍କ ମନରେ ସନ୍ଦେହ ହୋଇଥିଲେ। ସେ ଏ ବାବଦରେ ପୁଲିସକୁ ଖବର ଦେଇଥିଲେ।

ପୁଲିସ ପହଞ୍ଚି କବାଟ ବାଡ଼େଇଥିଲେ ମଧ୍ୟ କେହି ଖୋଲି ନଥିଲେ। ପରେ ପୁଲିସ କବାଟ ତାଡ଼ି ଭିତରକୁ ପଶିଥିଲା। ସନ୍ଧ୍ୟାରାଣୀଙ୍କ ଝୁଲନ୍ତା ମୃତଦେହକୁ ଘରୁ ଉଦ୍ଧାର କରିଥିଲା। ଘଟଣାସମ୍ପର୍କରେ ସନ୍ଧ୍ୟାରାଣୀଙ୍କ ପରିବାର ଲୋକଙ୍କୁ ପୁଲିସ ଖବର ଦେଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment

ତେବେ ସନ୍ଧ୍ୟାରାଣୀ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ଅଛି ତାର ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରିବା ସହ ସନ୍ଧ୍ୟାରାଣୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି।

Koraput