Advertisment

ମହାନଦୀରେ ଭାସୁଥିଲା ମହିଳାଙ୍କ ମୃତଦେହ

ବୌଦ୍ଧ ପୁଲିସ୍‌ ମହାନଦୀ କୂଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ତାଙ୍କୁ ଚିହ୍ନି ଥିଲେ।

Boudh

Boudh

Advertisment

ମହାନଦୀରେ ଭାସୁଥିଲା ମହିଳାଙ୍କ ମୃତଦେହ। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏପରି ଖବର ଆସିଛି ବୌଦ୍ଧ ଜିଲ୍ଲାରୁ। ପାରିବାରିକ କଳହରୁ ମହିଳା ଜଣକ ମହାନଦୀକୁ ଡେଇଁଥିବା ଚର୍ଚ୍ଚା ହେଉଛି।

Advertisment

ଗତ ୨୪ ତାରିଖରେ ରାଇଠାଣି ଗାଁର ରୀତା କୁମ୍ଭାରଙ୍କ ଘରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ରୀତା ଘର ଛାଡ଼ି କେଉଁଆଡେ ପଳାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ରୀତାଙ୍କ ପତ୍ତା ପାଇନଥିଲେ। ଆଜି ସକାଳେ ରୀତାଙ୍କ ମୃତଦେହ ମହାନଦୀ ଇରୀକେସନ୍ କଲୋନୀ ଘାଟରେ ଭାସୁଥିଲେ। ଗାଧୋଇବାକୁ ଆସିଥିବା ଗାଁ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ।

ବୌଦ୍ଧ ପୁଲିସ୍‌ ମହାନଦୀ କୂଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ତାଙ୍କୁ ଚିହ୍ନି ଥିଲେ। ରୀତା ନଦୀକୁ ଡେଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ସେପଟେ ପୁଲିସ୍‌ କହିଛି, ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Advertisment

ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର

Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe