Advertisment

ହୋଟେଲ୍‌ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହୋଟେଲ୍‌ କର୍ମଚାରୀମାନେ ଏନେଇ ଯାଜପୁର ରୋଡ୍‌ ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ହୋଟେଲ୍‌ରେ ପହଞ୍ଚି ରୁମ୍‌ ଖୋଲିବାରୁ ରାଜେନ୍ଦ୍ର ପଙ୍ଖାରେ ରଶି ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା।

Jajpur

Jajpur

Advertisment

ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ଯାଜପୁର ରୋଡ୍‌ ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Advertisment

କେନ୍ଦୁଝର ଜିଲ୍ଲା ନନ୍ଦୀପଦା ଗାଁର ରାଜେନ୍ଦ୍ର ପରିଡା ଆଜକୁ ତିନି ମାସ ହେବ ବ୍ୟାସନଗର ବସଷ୍ଟାଣ୍ଡ ସ୍ଥିତ ଏକ ହୋଟେଲରେ ରହୁଥିଲେ। ପ୍ରତିଦିନ ସେ କାମ କରିବାକୁ ଯାଉଥିଲେ ଓ ସନ୍ଧ୍ୟା ବେଳେ ହୋଟେଲ୍‌କୁ ଫେରିଆସୁଥିଲେ। ଶନିବାର ସନ୍ଧ୍ୟାରେ ରାଜେନ୍ଦ୍ର କାମରୁ ଆସି ହୋଟେଲ ରୁମକୁ ବାହାରିନଥିଲେ। ହେଲେ ଆଜି ରୁମ୍‌ରୁ ନବାହାରିବାରୁ ହୋଟେଲ କର୍ମଚାରୀମାନେ ଡାକିଥିଲେ। ମାତ୍ର ରୁମ୍‌ ଭିତରୁ କୌଣସି ଶବ୍ଦ ଶୁଭିନଥିଲା।

ହୋଟେଲ୍‌ କର୍ମଚାରୀମାନେ ଏନେଇ ଯାଜପୁର ରୋଡ୍‌ ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ହୋଟେଲ୍‌ରେ ପହଞ୍ଚି ରୁମ୍‌ ଖୋଲିବାରୁ ରାଜେନ୍ଦ୍ର ପଙ୍ଖାରେ ରଶି ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗାଦି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛି। ଏଥିସହ ଘଟଣାର ତଦନ୍ତ ଚଳାଇଛି। ହେଲେ କେଉଁ କାରଣରୁ ରାଜେନ୍ଦ୍ର ଆତ୍ମହତ୍ୟା କଲେ, ତାହା ଜଣାପଡ଼ି ନାହିଁ।

Advertisment

ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ

Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe