Advertisment

­ପୋଖରୀରୁ ମିଳିଲା ନିଖୋଜ ଶିଶୁପୁତ୍ରର ମୃତଦେହ

୩ ବର୍ଷର ଶୁଭମ ଗତକାଲି ନୂଆବର୍ଷର ପ୍ରଥମ ଦିନରେ ନିଖୋଜ ହୋଇଯାଇଥିଲା।

ଅଦ୍ୟତନ ହୋଇଛି
Child

Child

Advertisment

ବାଲେଶ୍ୱର ଜିଲ୍ଲା ସୋର ଥାନା ରାଇପୁର ଗାଁରେ ଗତକାଲି ଘର ସମ୍ମୁଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିବା ତିନି ବର୍ଷର ଶିଶୁପୁତ୍ରର ମୃତଦେହକୁ ଆଜି ପୋଖରୀରୁ ଉଦ୍ଧାର କରାଯାଇଛି।

Advertisment

ଆଜି ସକାଳେ ଅଗ୍ନିଶମ ବାହିନୀ ଘର ପାଖରେ ଥିବା ଏକ ପରିତ୍ୟକ୍ତ ପୋଖରୀକୁ ପରିଷ୍କାର କରି ଖୋଜାଖୋଜି କରିବା ବେଳେ ଶିଶୁପୁତ୍ରର ମୃତଦେହ ପାଇଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।

ଗତକାଲି ସୋର ପୌରପାଳିକା ୪ନମ୍ବର ୱାର୍ଡ ରାଇପୁର ଗାଁର ମୋହନ ସାହୁଙ୍କ ୩ ବର୍ଷର ପୁଅ ଶୁଭମ ସାହୁ ତାଙ୍କ ଭଉଣୀଙ୍କ ସହିତ ଘର ପାଖରେ ଖେଳୁଥିଲେ। ଭଉଣୀ କିଛି ସମୟ ପାଇଁ ଅନ୍ୟ ସ୍ଥାନକୁ ଚାଲି ଯାଇଥିଲେ। ସେ ଫେରିଲା ବେଳକୁ ଶୁଭମ ଆଉ ସେଠାରେ ନଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଶୁଭମଙ୍କୁ ଖୋଜିଥିଲେ। ଗାଁର ବିଭିନ୍ନ ପୋଖରୀ ସହିତ ରେଳ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ଶୁଭମ ମିଳି ନଥିଲେ।

Advertisment

ଏହା ପରେ ପରିବାର ଲୋକେ ସୋର ଥାନାରେ ଶୁଭମଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ୍ ଗାଁରେ ପହଞ୍ଚି ଖୋଜାଖୋଜି କରିଥିଲା। ସନ୍ଧାନୀ କୁକୁରକୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଥିଲା। ସନ୍ଧାନୀ କୁକୁର ୨ଟି ସ୍ଥାନ ଚିହ୍ନଟ କରିଥିବା ବେଳେ ଆଜି ସକାଳେ ଘର ପାଖ ପରିତ୍ୟକ୍ତ ପୋଖରୀରୁ ଶୁଭମଙ୍କ ମୃତଦେହ ମିଳିଥିଲା।

Drowning Death Drowning Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe