Advertisment

‘ତୁମ ଜମିରେ ଏକ ବାକ୍ସରେ ରହିଛି ମୋ’ ନାତିର ଶବ, ସତ୍କାର କରି ଦେବ’

ଜଣେ ଜମି ମାଲିକଙ୍କୁ ଫୋନ୍‌ କରି ଏପରି ଚାଞ୍ଚଲ୍ୟକର କଥା କହିଲେ ଉକ୍ତ ଜମିରେ କାମ କରୁଥିବା ଶ୍ରମିକ । ଏହାପରେ ସେ ଫୋନ୍‌ କାଟି ଦେଇଥିବା ବେଳେ କେଉଁଆଡେ ଫେରାର ହୋଇ ଯାଇଥିବା ଜଣାଯାଇଛି।

DeadBody

DeadBody

Advertisment

‘ତୁମ ଜମିରେ ଏକ ବାକ୍ସ ପଡ଼ିଛି। ଉକ୍ତ ବାକ୍ସ ଭିତରେ ରହିଛି ମୋ’ ନାତିର ଶବ । ତାହାର ଶେଷକୃତ୍ୟ କରିଦେବେ। ’ ଜଣେ ଜମି ମାଲିକଙ୍କୁ ଫୋନ୍‌ କରି ଏପରି ଚାଞ୍ଚଲ୍ୟକର କଥା କହିଲେ ଉକ୍ତ ଜମିରେ କାମ କରୁଥିବା ଶ୍ରମିକ । ଏହାପରେ ସେ ଫୋନ୍‌ କାଟି ଦେଇଥିବା ବେଳେ କେଉଁଆଡେ ଫେରାର ହୋଇ ଯାଇଥିବା ଜଣାଯାଇଛି। ଏପରି ଏକ ଲୋମଟାଙ୍କୁରା ଘଟଣା ରାଜସ୍ଥାନର ପିଲାନୀ ଥାନା ଅଞ୍ଚଳର ଢକ୍କରବାଲ ଗାଁରେ ଘଟିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଅଭିଯୁକ୍ତ ଜେଜେ ହିଁ ନିଜ ନିଷ୍ପାପ ନାତିର ଜୀବନ ନେଇଥିବା ସ୍ପଷ୍ଟ ହେଉଛି। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

Advertisment

ପଶ୍ଚିମବଙ୍ଗର ସୁରେଶ ନିଜ ପତ୍ନୀ ଓ ନାତି ସହ ପିଲାନୀ ଥାନା ଅଞ୍ଚଳର ଢକ୍କରବାଲ ଗାଁର ରାମପାଲ ସିଂଙ୍କ ଜମି ଚାଷ କରୁଥିଲେ। ଉକ୍ତ ଜମିରେ ହିଁ ଏକ କୁଡ଼ିଆ କରି ସେମାନେ ରହୁଥିଲେ। ସୁରେଶଙ୍କ ପୁଅଙ୍କର ପୂର୍ବରୁ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ବୋହୂ କେଉଁଆଡେ ଚାଲି ଯାଇଛି। ଫଳରେ ବୃଦ୍ଧ ଦମ୍ପତି ନାତି ଦାୟିତ୍ୱ ନେଇଥିଲେ।

ମାତ୍ର ହଠାତ୍‌ ଘଟଣା ଦିନ ରାମପାଲ ସିଂଙ୍କ ପୁଅ ଅନୀଲଙ୍କୁ ଫୋନ୍‌ କରିଥିଲେ ସୁରେଶ। ଏଥିସହ ତୁମ ବିଲରେ ଏକ ବାକ୍ସରେ ମୋ ନାତିର ଶବ ଅଛି, ତାହାକୁ ସତ୍କାର କରି ଦେବ ବୋଲି କହି ଫୋନ୍‌ କାଟି ଦେଇଥିଲେ। ଏହାପରଠୁ ସୁରେଶ ଓ ତାଙ୍କ ପତ୍ନୀ ଫେରାର ଅଛନ୍ତି ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ଉକ୍ତ ବାକ୍ସକୁ ଜବତ କରି ତା’ ଭିତରୁ ଏକ ପିଲାର ମୃତଦେହ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇଛି। ପୁଲିସ୍‌ ଏହି ଘଟଣାରେ ସୁରେଶଙ୍କୁ ଖୋଜାଖୋଜି କରୁଛି।

Murder Minor Crimes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe