ଲଜ୍ରୁ ହାତଗୋଡ଼ ବନ୍ଧା ଅବସ୍ଥାରେ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗିର ରେଳ ଷ୍ଟେସନ ନିକଟ ଏକ ଲଜ୍ରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ସୁବର୍ଣ୍ଣପୁର ରିଜର୍ଭ ପୁଲିସର କନଷ୍ଟେବଲ ଶଙ୍କରଭାନୁ ବେହେରା ବୋଲି ଜଣାପଡ଼ିଛି।
ଗତକାଲି ଲଜ୍ର ରୁମ ନମ୍ବର ୨୧୨ରେ ଶଙ୍କରଭାନୁ ଓ ବିନିତ ଶର୍ମା ରହିଥିଲେ। ଆଜି ହୋଟେଲ ଷ୍ଟାଫ ଭିତରକୁ ଯାଇ ଦେଖିଲା ବେଳକୁ ଶଙ୍କରଭାନୁଙ୍କ ମୃତଦେହ ପଡ଼ିଥିଲା। ବିନିତ ଶର୍ମା ଫେରାର ହୋଇଯାଇଥିଲେ।
Also Read
ବିନିତ୍ ଫେରାର୍ ଥିବା ଓ ଶଙ୍କରଭାନୁଙ୍କ ମୃତଦେହ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ହତ୍ୟା ସନ୍ଦେହ ବଢିଛି। କେମିତି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ? ଯଦି ହତ୍ୟା, ଏହାର ପଛର କାରଣ କ’ଣ ? ଫେରାର୍ ଯୁବକଙ୍କ ସହ ମୃତକଙ୍କ ସମ୍ପର୍କ କଣ ? ପୁଲିସ ଏସବୁର ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ହୋଟେଲ ରୁମରେ ତଦନ୍ତ କରିଛି ବଲାଙ୍ଗିର ଟାଉନ ଥାନା ପୁଲିସ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ମୁସ୍କାନ, ରବିନା ଓ ରବିତା ପରେ ଆଉ ଜଣେ ପତ୍ନୀ : ପ୍ରେମ ପାଇଁ ସ୍ୱାମୀଙ୍କୁ ମାରିଦେଲେ
ସ୍ୱାମୀ ପ୍ରାଣ ହରାଇବା ପରେ ପତ୍ନୀ ଜଣଙ୍କ ତାଙ୍କ ପ୍ରେମିକଙ୍କୁ ଘଟଣା ସ୍ଥଳରେ ଛିଡ଼ା ହୋଇ ଭିଡିଓ କଲ କରିଥିଲେ। ପ୍ରେମିକଙ୍କୁ ମୃତଦେହକୁ ଦେଖାଇବା ପରେ ସେଠାରୁ ଫେରାର ହୋଇଯାଇଥିଲେ।

Crime
ପତ୍ନୀଙ୍କ ପରକୀୟା ପ୍ରୀତି ପାଇଁ ପୁଣି ବଳି ପଡ଼ିଲେ ଆଉ ଜଣେ ସ୍ୱାମୀ
ଜଣେ ମହିଳା ତାଙ୍କ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପୂର୍ବରୁ ମୀରଟରେ ମୁସ୍କାନ ରସ୍ତଗୋ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କ ସହ ମିଶି ସ୍ୱାମୀ ସୌରଭଙ୍କୁ ହତ୍ୟା କରିଥିଲେ।

Crime
ଏହା କେଉଁ ପ୍ରକାରର ମାନସିକତା?
ପେଶାରେ ମହିଳା ଜଣଙ୍କ ଏୟାର ହୋଷ୍ଟେସ। ସେ ଭେଣ୍ଟିଲେଟରରେ ଥିବା ବେଳେ ତାଙ୍କୁ ହସ୍ପିଟାଲର ଜଣେ କର୍ମଚାରୀ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଛି।

Crime
ଆଉ ଜଣେ ମୁସ୍କାନ! ପ୍ରେମିକ ଆଗ ସ୍ୱାମୀ ପଛ
ପ୍ରେମିକ ସହ ପତ୍ନୀଙ୍କୁ ସ୍ୱାମୀ ଜଣଙ୍କ ଆପତ୍ତିଜନକ ଅବସ୍ଥାରେ ଦେଖି ଦେବାରୁ ସେମାନେ ତାଙ୍କୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇ ଦେଇଛନ୍ତି।

Crime
କେମିତି ନାକ ଫୁଲ ଯୋଗୁ ଧରାପଡ଼ିଲେ ହତ୍ୟାକାରୀ?
ମହିଳା ଜଣଙ୍କ ନାକରେ ପିନ୍ଧିଥିବା ଗୋଟିଏ ସୁନା ପିନ୍ ବା ନାକ ଫୁଲ ସହାୟତାରେ ପୁଲିସ୍ ପୂରା ଘଟଣା ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଛି।