Lodge
ଲଜ୍ରୁ ହାତଗୋଡ଼ ବନ୍ଧା ଅବସ୍ଥାରେ କନଷ୍ଟେବଲଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗିର ରେଳ ଷ୍ଟେସନ ନିକଟ ଏକ ଲଜ୍ରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ସୁବର୍ଣ୍ଣପୁର ରିଜର୍ଭ ପୁଲିସର କନଷ୍ଟେବଲ ଶଙ୍କରଭାନୁ ବେହେରା ବୋଲି ଜଣାପଡ଼ିଛି।
ଗତକାଲି ଲଜ୍ର ରୁମ ନମ୍ବର ୨୧୨ରେ ଶଙ୍କରଭାନୁ ଓ ବିନିତ ଶର୍ମା ରହିଥିଲେ। ଆଜି ହୋଟେଲ ଷ୍ଟାଫ ଭିତରକୁ ଯାଇ ଦେଖିଲା ବେଳକୁ ଶଙ୍କରଭାନୁଙ୍କ ମୃତଦେହ ପଡ଼ିଥିଲା। ବିନିତ ଶର୍ମା ଫେରାର ହୋଇଯାଇଥିଲେ।
ବିନିତ୍ ଫେରାର୍ ଥିବା ଓ ଶଙ୍କରଭାନୁଙ୍କ ମୃତଦେହ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ହତ୍ୟା ସନ୍ଦେହ ବଢିଛି। କେମିତି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ? ଯଦି ହତ୍ୟା, ଏହାର ପଛର କାରଣ କ’ଣ ? ଫେରାର୍ ଯୁବକଙ୍କ ସହ ମୃତକଙ୍କ ସମ୍ପର୍କ କଣ ? ପୁଲିସ ଏସବୁର ତଦନ୍ତ କରୁଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ହୋଟେଲ ରୁମରେ ତଦନ୍ତ କରିଛି ବଲାଙ୍ଗିର ଟାଉନ ଥାନା ପୁଲିସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/1_1715958711.jpg)